fbpx
BJD SKY
BJD SKY

ଆଜି ବିଜେପିରେ ସାମିଲ ହେବେ ପ୍ରଶାନ୍ତ ଜଗଦ୍ଦେବ: ସୂଚନା ଦେଲେ ଚିଲିକା ବିଧାୟକ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ କିଛି ମାସ ପରେ ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ସେନେଇ ଏବେଠାରୁ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ରାଜନେତାଙ୍କର ଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ନିକଟରେ ବିଭିନ୍ନ ଦଳର କିଛି ନେତା ନୂଆ ଦଳରେ ଯୋଗଦେଇଥିବା ବେଳେ ଆଗକୁ ଏହି ପ୍ରକ୍ରିୟା ଦେଖିବାକୁ ମିଳିପାରେ ।

ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ଆଜି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ସାମିଲ ହେବେ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଦଳର ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପ୍ରଶାନ୍ତ ପଦ୍ମ ଧରିବେ ବୋଲି ଚର୍ଚ୍ଚା ହେଉଛି । ଏନେଇ ପ୍ରଶାନ୍ତ ଗଣମାଧ୍ୟମକୁ ସୂଚନା ଦେଇଥିବା କୁହାଯାଉଛି । ସୂଚନାଯୋଗ୍ୟ ଯେ, ଆଗକୁ ନିର୍ବାଚନ ଆସୁଥିବାରୁ ଏବେଠାରୁ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ରଣନୀତି ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । କେଉଁ ନେତାଙ୍କୁ କେଉଁ ଆସନରୁ ପ୍ରାର୍ଥୀ କଲେ ଦଳ ଫାଇଦାରେ ରହିବ ସେନେଇ ଦଳମାନେ ଯୋଜନା କରୁଛନ୍ତି ।

Get real time updates directly on you device, subscribe now.