fbpx

ମା’ ହେବେ ଦୀପିକା, ଇନଷ୍ଟାଗ୍ରାମରେ ଦେଲେ Good News, ଫ୍ୟାନ୍ସ ଜଣାଇଲେ ବଧେଇ

ମୁମ୍ବାଇ: ବଲିଉଡ଼ର ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ ଏବଂ ରଣବୀର ସିଂହ । ଖୁବ୍ ଶୀଘ୍ର ତାଙ୍କ ଘରକୁ ଛୋଟ ଅତିଥି ଅସୁଛି । ଦୁହେଁ ଖୁବ୍ ଶୀଘ୍ର ମାତା ପିତା ହେବାର ସୌଭାଗ୍ୟ ଲାଭ କରିବେ । ଏନେଇ ଦୀପିକା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ଗର୍ଭବତୀ ଥିବା ଘୋଷଣା କରିଛନ୍ତି । ଏହି ଖବର ଶୁଣିବା ପରେ ପ୍ରଶଂସକମାନେ ଖୁସି ହେବା ସହ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ।

ଏହି ଇନଷ୍ଟାଗ୍ରାମ ପୋଷ୍ଟରେ ଦୀପିକା ଏକ ଫିଚର ଇମେଜ୍ ଶେୟାର କରିଛନ୍ତି ଯେଉଁଥିରେ ସେପ୍ଟେମ୍ବର ୨୦୨୪ରେ ତାଙ୍କ ଘରେ ଛୋଟ ବେବି ଆସିବ ବୋଲି ସଙ୍କେତ ଦେଇଛନ୍ତି । ବଲିଉଡ଼ର ଷ୍ଟାର ଯୋଡ଼ି ଦୀପିକା ଏବଂ ରଣବୀର ତାଙ୍କ ପ୍ରଥମ ବେବିର ସ୍ୱାଗତ ପାଇଁ ବେଶ ଉତ୍ସାହିତ ଅଛନ୍ତି । ରିପୋର୍ଟରୁ ପ୍ରକାଶ ବର୍ତ୍ତମାନ ଦୀପିକାଙ୍କ ୨ୟ ଟ୍ରାଇମିଷ୍ଟର ଚାଲୁଛି । ନିକଟରେ ସେ ୭୭ତମ BAFTA  ଆୱାର୍ଡ଼ ଉତ୍ସବରେ ନଜର ଆସିଥିଲେ ଯେଉଁଥିରେ ତାଙ୍କର ବେବି ବମ୍ପ ନଜର ଆସିଥିଲା ।

 

 

Get real time updates directly on you device, subscribe now.