fbpx

ବିବାହିତ ଝିଅ ବି ଅନୁକମ୍ପାମୂଳକ ନିଯୁକ୍ତି ପାଇପାରିବେ : ହାଇକୋର୍ଟଙ୍କ ରାୟ

କଟକ: ବିବାହିତ ଝିଅ ବି ଅନୁକମ୍ପାମୂଳକ ନିଯୁକ୍ତି ପାଇପାରିବେ ବୋଲି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି । ହାଇକୋର୍ଟର ବିଚାରପତି ଜଷ୍ଟିସ ଡକ୍ଟର ସଞ୍ଜିବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ଭଦ୍ରକ ଜିଲ୍ଲାର ଏହି ସମ୍ବନ୍ଧୀୟ ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ ବିବାହିତା ହୋଇଥିବା କାରଣରୁ ଜଣେ ଝିଅଙ୍କୁ ଅନୁକମ୍ପାମୂଳକ ନିଯୁକ୍ତିରୁ ବଞ୍ଚିତ କରାଯାଇ ପାରିବ ନାହିଁ । ଅନୁକମ୍ପାମୂଳକ ନିଯୁକ୍ତି କ୍ଷେତ୍ରରେ ନିର୍ଭରଶୀଳତାକୁ ମାନଦଣ୍ଡ ଭାବେ ଗ୍ରହଣ କରାଯିବା ଉଚିତ୍‍ ବୋଲି ହାଇକୋର୍ଟ କହିଛନ୍ତି ।

ତେବେ ଅନୁକମ୍ପାମୂଳକ ନିଯୁକ୍ତି କ୍ଷେତ୍ରରେ ନିର୍ଭରଶୀଳତାକୁ ମାନଦଣ୍ଡ ଭାବେ ଗ୍ରହଣ କରାଯିବା ଉଚିତ୍‍ । ନିର୍ଭରଶୀଳ ବ୍ୟକ୍ତିଙ୍କ ବୈବାହିକ ସ୍ଥିତି ଏଥିରେ ବାଧକ ହେବା ଉଚିତ୍‍ ନୁହେଁ ବୋଲି କହିଛନ୍ତି ଉଚ୍ଚ ନ୍ୟାୟାଳୟ । ଝିଅ ବାହାହେବା ପରେ ବି ନିଜ ବାପାମାଆଙ୍କ ପ୍ରତି ଥିବା ଉତରଦାୟିତ୍ୱରୁ ମୁକୁଳି ନଥାଏ । ଅଭିଭାବକଙ୍କ ଭରଣପୋଷଣ ପାଇଁ ବିବାହିତା ଝିଅ ବାଧ୍ୟ । ତେଣୁ ବିବାହିତା ଝିଅଙ୍କୁ ଅନୁକମ୍ପାମୂଳକ ନିଯୁକ୍ତିରୁ ବଞ୍ଚିିତ କରାଯାଇପାରିବନି ବୋଲି ରାୟ ଶୁଣାଇଛନ୍ତି କୋର୍ଟ । ଅନୁକମ୍ପା ନିଯୁକ୍ତି ବିବାଦ ଓ ମୋକଦ୍ଦମାରେ ଆବେଦନକାରୀଙ୍କ ବହୁ ବର୍ଷ ସମୟ ନଷ୍ଟ ହୋଇଥିବାରୁ ତାଙ୍କ ବୟସ ପ୍ରସଙ୍ଗ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ହାଇକୋର୍ଟ ।

Get real time updates directly on you device, subscribe now.