fbpx

୨୦ ବର୍ଷର ପ୍ରତୀକ୍ଷାର ଘଟିଲା ଅନ୍ତ, ୨୦୦୨ରୁ ବନ୍ଦ ପଡିଥିବା ଦେଶର ପ୍ରଥମ ସାର କାରଖାନାକୁ ମୋଦୀ ଦେଲେ ନୂଆ ଜୀବନ

ରାଞ୍ଚି: ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ଝାଡଖଣ୍ଡ ଗସ୍ତକୁ ନେଇ ସବୁଠାରୁ ଅଧିକ ଚର୍ଚ୍ଚା ହର୍ଲ କାରଖାନାକୁ ନେଇ ହେଉଛି । ୨୦ ବର୍ଷ ପରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ହର୍ଲ କାରଖାନାକୁ ନୂଆ ଜୀବନ ଦେଇଛନ୍ତି । ୨୦ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ ସିନ୍ଦରୀରେ ପ୍ରଧାନମନ୍ତ୍ରୀ ମୋଦୀ ହିନ୍ଦୁସ୍ତାନ ଉର୍ବରକ ଓ ରସାୟନ ଲିମଟେଡ୍ (HURL) ର ଉଦଘାଟନ କରିଛନ୍ତି । ଏହାପରେ ଧାନବାଦ ଜିଲ୍ଲା ସିନ୍ଦରୀ ପୁଣି ଥରେ ଔଦ୍ୟୋଗିକ ନଗରୀ ରୂପରେ ଚର୍ଚ୍ଚାକୁ ଆସିଯିବ ।

କେନ୍ଦ୍ର ସରକାରଙ୍କୁ ଏହି ଉଦ୍ୟୋଗରୁ ବର୍ଷ ୨୦୨୧ରୁ ଉତ୍ପାଦନ ଆରମ୍ଭ କରିବାକୁ ଲକ୍ଷ୍ୟ ଦିଆଯାଇଥିଲା କିନ୍ତୁ କରୋନା ସଂକଟ କାରଣରୁ ଏଥିରେ ବିଳମ୍ବ ହୋଇଥିଲା । ଏହାପରେ ୧୭ ନଭେମ୍ବର ୨୦୨୧, ମାର୍ଚ୍ଚ ୨୦୨୨ ଓ ଏପ୍ରିଲ ୨୦୨୨ରେ ତାରିଖ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଏଥିରେ ବି ବିଳମ୍ବ ହୋଇଥିଲା । କିନ୍ତୁ ଏବେ ଏହା ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇଯାଇଛି ଓ ପ୍ରତିଦିନ ୪,୧୦୦ ମେଟ୍ରିକ୍ ଟନ୍ ସାର ଉତ୍ପାଦନ କ୍ଷମତା ରଖୁଛି । ଚଳିତ ବର୍ଷ ୧୦ ଲକ୍ଷ ମେଟ୍ରିକ୍ ଟନ୍ ୟୁରିଆ ଉତ୍ପାଦନ କରାଯାଇଛି । ଆଗାମୀ ବର୍ଷ ଏହି ଲକ୍ଷ୍ୟ ୧୨ ଲକ୍ଷ ମେଟ୍ରିକ୍ ଟନ୍ ରହିବ ।

ଦେଶ ସ୍ୱାଧୀନତା ପାଇବା ପରେ ଫର୍ଟିଲାଇଜେସନ କର୍ପୋରସନ ଅଫି ଇଣ୍ଡିଆ ସିନ୍ଦରୀରେ ଏହି ସାର କାରଖାନା ଖୋଲିଥିଲା । କିନ୍ତୁ କ୍ଷତି କାରଣରୁ ୧୯୯୧ରେ ଏହି କାରଖାନା ବିଆଇଏଫଆରକୁ ଚାଲିଯାଇଥିଲା । ୨୦୦୨ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସରକାର ଗୋରଖପୁର, ତାଳଚେର ଓ ରାମାଗୁଣ୍ଡମରେ ସାର କାରଖାନା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ ଓ ୩୧ ଡିସେମ୍ବର ୨୦୨୧ରୁ ଏହି କାରଖାନା ବନ୍ଦ ହୋଇଯାଇଥିଲା ।

Get real time updates directly on you device, subscribe now.