୪୦ କେଜି ସୁନା, ୬ କେଜି ରୂପା ସହ ନଗଦ ୫.୪୩ କୋଟି ଟଙ୍କା ଜବତ କଲା ଅର୍ଥନୈତିକ ଗୁଇନ୍ଦା ନିର୍ଦ୍ଦେଶାଳୟ

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଅର୍ଥନୈତିକ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ଜବତ କରିଛି ବିପୁଳ ପରିମାଣର ସୁନା, ରୂପା ଏବଂ ନଗଦ ଟଙ୍କା । ଏଥିରେ ଆଖି ଲାଖିଲା ପରି କଳାଧନ ଜବତ ହୋଇଛି। ଏହା ସହ ଏହି ମାମଲାରେ ଡିଆରଆଇ ମୋଟ ୧୨ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି।

ତେବେ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏଜେନ୍ସି ଆରାରିଆ, ମୁମ୍ବାଇ, ମଥୁରା ଏବଂ ଗୁରୁଗ୍ରାମରେ ତିନୋଟି ପ୍ରମୁଖ ଅପରେସନ୍ କରିଥିଲା। ଏହି ସମୟ ମଧ୍ୟରେ ୪୦ କିଲୋଗ୍ରାମ ବିଦେଶୀ ସୁନା, ୬ କିଲୋଗ୍ରାମ ରୂପା ଏବଂ ୫.୪୩ କୋଟି ଟଙ୍କା ନଗଦ ଜବତ କରାଯାଇଛି। ଏହା ସହିତ ଏଜେନ୍ସି ୧୨ ଜଣଙ୍କୁ ମଧ୍ୟ ଗିରଫ କରିବାରେ ସଫଳ ହୋଇଛି।

Get real time updates directly on you device, subscribe now.