ନୂଆଦିଲ୍ଲୀ: ଭଗବାନ ଶିବଙ୍କୁ ସଂହାରର ଦେବତା କୁହାଯାଏ । ଏହି କଥା ସହ ବୈଜ୍ଞାନିକ ବି ସହମତ । ପୃଥିବୀର କେବେ ବିନାଶ ଘଟିବ? ପୃଥିବୀ ପୃଷ୍ଠରେ କେବେ ଜୀବସତ୍ତାର ବିଲୋପ ଘଟିବ ଓ ଏହା ପଛରେ କ’ଣ କାରଣ ରହିଛି ଏହା ଉପରେ ଦୀର୍ଘ ବର୍ଷ ଧରି ବୈଜ୍ଞାନିକ ମାନେ ଅଧ୍ୟୟନ କରୁଛନ୍ତି । ଏହିପରି ଏକ ଅଧ୍ୟୟନର ନାମ ଶିବ ହାଇପୋଥେସିସ୍ ।
ଏହା ବୈଜ୍ଞାନିକଙ୍କ ଏପରି ସିଦ୍ଧାନ୍ତ ଯେଉଁଥିରେ ପୃଥିବୀ ଓ ଏହା ଉପରେ ଥିବା ଜୀବସତ୍ତା ବିଲୋପ ହେବା ଏବଂ ଏହାର ଆକାଶଗଙ୍ଗା ବା ଗାଲାକ୍ସୀ ସହ ସମ୍ବନ୍ଧକୁ ଦର୍ଶାଯାଇଛି । ଏହି ହାଇପୋଥେସିସରେ ଏହା କୁହାଯାଇଛି କି ପୃଥିବୀ ପୃଷ୍ଠରେ ବିଭିନ୍ନ ସମୟରେ ଜୀବନର ସାମୁହିକ ସଂହାର ହେବ । ଏହାର କାରଣ ଧୂମକେତୁ, ଆଷ୍ଟ୍ରଏଡ୍ କିମ୍ବା ଉଲକାପିଣ୍ଡ ବି ହୋଇପାରେ । କେବଳ ଏତିକି ନୁହେଁ ପୃଥିବୀ କୌଣସି ଅନ୍ୟ ଗ୍ରହ ସହ ପିଟି ବି ହୋଇପାରେ । କିମ୍ବା କୌଣସି ବଡ ପଥର ପୃଥିବୀ ସହ ଆସି ପିଟି ହୋଇପାରେ । ଏହି ଧକ୍କାରେ ମହାକାଶରେ ଏତେ ମାତ୍ରାରେ ଧୂଳିର ବାଦଲ ଛାଇଯିବ କି ପୃଥିବୀ ପୁଣି ହିମ ଯୁଗକୁ ଫେରିଯିବ ।
ଏ ପର୍ଯ୍ୟନ୍ତ ଗଣନା ଅନୁସାରେ ପୃଥିବୀ ପୃଷ୍ଠରେ ୫ ଥର ସାମୁହିକ ବିନାଶ ଘଟିସାରିଛି । ଏହି ସମସ୍ତ ଘଟଣା ଗତ ୫୪ କୋଟି ବର୍ଷ ମଧ୍ୟରେ ଘଟିଛି । ଏହି ହାଇପୋଥେସିସ୍ ଏମଆର୍ ର୍ୟାମ୍ପିନୋ ଓ ବ୍ରୁସ୍ ଏମ୍ ହେଗର୍ଟି ଦେଇଥିଲେ । ଏହି ଅଧ୍ୟୟନ ଆଧାରରେ ଆଜି ମଧ୍ୟ ବୈଜ୍ଞାନିକମାନେ ପୃଥିବୀ ପୃଷ୍ଠରେ ହେବାକୁ ଯାଉଥିବା ୬ଷ୍ଠ ସାମୁହିକ ବିନାଶ ଉପରେ ଅଧ୍ୟୟନ ଓ ରିସର୍ଚ୍ଚରେ ଲାଗି ରହିଛନ୍ତି ।
ଏବେ ବହୁ ସଂଖ୍ୟାରେ ବିଭିନ୍ନ ଜୀବଜନ୍ତୁଙ୍କ ମୃତ୍ୟୁ ହେବାରେ ଲାଗିଛି । ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏହାଦ୍ୱାରା ପୃଥିବୀର ବହୁ ଅଞ୍ଚଳରେ ଭୟାନକ ବିନାଶକାରୀ ପ୍ରଭାବ ପଡୁଛି । ସମୁଦ୍ର ଜୀବ ବିଲୋପ ହୋଇ ଯାଉଛନ୍ତି । ଏପରି ବହୁ ବିନାଶକାରୀ ଜିନିଷ ଏଇ ପୃଥିବୀରେ ଘଟୁଛି ଯାହା ନୂଆ ଦୁନିଆ ଗଢୁଛି ପୁରୁଣାକୁ ବିନାଶ କରୁଛି ।
ବୈଜ୍ଞାନିକ ମଧ୍ୟ ଏହା ମାନନ୍ତି ଯେ, ଭଗବାନ ଶିବ ସଂହାରକ, ବିନାଶକ ଓ ପୁଣି ନିର୍ମାଣକର୍ତ୍ତା ।
୧୯୮୭ରେ କ୍ୟାମ୍ପବେଲ୍ଙ୍କ ଏକ ଅଧ୍ୟୟନରେ କୁହାଯାଇଥିଲା କି ଭଗବାନ ଶିବ ଦୁନିଆରେ ସବୁଠାରୁ ପ୍ରାଚୀନ ଦେବତା । ଭଗବାନ ଶିବଙ୍କୁ ଏହି ବୈଜ୍ଞାନିକ ଅଧ୍ୟୟନରେ ସାମିଲ କରି କୁହାଯାଇଛି କି ଶିବଙ୍କ ଗୋଟିଏ ହାତରେ ଜ୍ୱଳନଶିଖା ରହିଛି ଓ ଅନ୍ୟ ହାତରେ ଡମ୍ବରୁ । ଯେତେବେଳେ ସେ ଡମ୍ବରୁ ବଜାଇଥାନ୍ତି ସେତେବେଳେ ଏକ ଲୟବଦ୍ଧ ତରିକାରେ ଏହା ବଜାଇଥାନ୍ତି ଯାହା ନୃତ୍ୟ ଓ ନିର୍ମାଣର ପ୍ରତୀକ । କିନ୍ତୁ ଯେତେବେଳେ ହାତରେ ଜ୍ୱଳନଶିଖା ବୁଲାଇଥାନ୍ତି ସେତେବେଳେ ଏହାକୁ ବ୍ରହ୍ମାଣ୍ଡର ଗତି ବା କସମିକ୍ ସାଇକେଲ୍ ସହ ତୁଳନା କରାଯାଇଛି । ଏହା ବିନାଶ ଓ ନିର୍ମାଣର ଏକ ଅବିରତ ପ୍ରକ୍ରିୟା ।