fbpx

CBSE ପକ୍ଷରୁ ନିଯୁକ୍ତି: ଆସିଷ୍ଟାଣ୍ଟ ସେକ୍ରେଟାରୀ, ଆକାଉଣ୍ଟସ ଅଫିସର, ଅନୁବାଦକ ଅଫିସର, ଆକାଉଣ୍ଟାଣ୍ଟ ପଦ ଖାଲି

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ପ୍ରାର୍ଥୀଙ୍କୁ ଆସିଷ୍ଟାଣ୍ଟ ସେକ୍ରେଟାରୀ (ଆଡମିନିଷ୍ଟ୍ରେସନ), ଆସିଷ୍ଟାଣ୍ଟ ସେକ୍ରେଟାରୀ (ଆକାଡେମିକ୍ସ), ଆସିଷ୍ଟାଣ୍ଟ ସେକ୍ରେଟାରୀ (ଦକ୍ଷତା ଶିକ୍ଷା), ଆସିଷ୍ଟାଣ୍ଟ ସେକ୍ରେଟାରୀ (ଟ୍ରେନିଂ), ଆକାଉଣ୍ଟସ ଅଫିସର, ଜୁନିୟର ଇଞ୍ଜିନିୟର, ଜୁନିୟର ଅନୁବାଦକ ଅଫିସର, ଆକାଉଣ୍ଟାଣ୍ଟ ଓ କନିଷ୍ଠ ଆକାଉଣ୍ଟାଣ୍ଟ ପଦରେ ନିଯୁକ୍ତି ଦିଆଯିବ ।

ମାର୍ଚ୍ଚ ମାସ ୧୨ ତାରିଖରୁ ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଏପ୍ରିଲ ମାସ ୧୧ରେ ସମାପ୍ତ ହେବ । ଏନେଇ ସିବିଏସଇ ପକ୍ଷରୁ ଏକ ଶର୍ଟ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ଆଗକୁ ସମ୍ପୂର୍ଣ୍ଣ ବିଜ୍ଞପ୍ତି ଜାରି କରାଯିବ । ମୋଟ ୧୧୮ଟି ପଦ ଖାଲି ରହିଥିବା ବେଳେ ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ଅନ୍ୟ ପଛୁଆ ବର୍ଗ (ଓବିସି) ଏନସିଏଲ, ଆର୍ଥିକ ଦୁବର୍ଳ ଶ୍ରେଣୀ (ଇଡବ୍ଲ୍ୟୁଏସ), ଅଣସଂରକ୍ଷିତ ବର୍ଗ ପାଇଁ ପଦ ସଂରକ୍ଷିତ ରହିଛି ।

ବିଜ୍ଞପ୍ତି ଲିଙ୍କ: https://www.cbse.gov.in/cbsenew/documents/Vacancy_Notification_CTET_05032024.pdf

Get real time updates directly on you device, subscribe now.