ଅଫର ଶୁଣିଲେ ସ୍ୱପ୍ନ ପରି ଲାଗୁଛି… ଗୋଟିଏ ଦିନର ଇଣ୍ଟରଶିପ୍ ପାଇଁ ୩ ଲକ୍ଷ ଟଙ୍କା ଦେବ ଭାରତୀୟ କମ୍ପାନୀ!

ନୂଆଦିଲ୍ଲୀ: ଆଜିକାଲି ଅନେକ ବଡ଼ ବଡ଼ କମ୍ପାନୀ ପକ୍ଷରୁ ଇଣ୍ଟର୍ଣ୍ଣଶିପ ସୁବିଧା ପ୍ରଦାନ କରାଯାଉଛି । ତେବେ ଇଣ୍ଟର୍ଣ୍ଣଶିପରେ ପ୍ରାର୍ଥୀଙ୍କୁ କମ୍ ପ୍ରାପ୍ୟ ମିଳୁଥିବା ବେଳେ ରେଗୁଲାର ଜବରେ ଅଧିକ ବେତନ ମିଳିଥାଏ । ତେବେ ଏହା ମଧ୍ୟରେ ଏକ କମ୍ପାନୀ ପକ୍ଷରୁ ଆସିଛି ଏକ ବଢ଼ିଆ ଇଣ୍ଟର୍ଣ୍ଣଶିପ ସୁଯୋଗ । ଏଥିରେ ଆପଣମାନେ ଗୋଟିଏ ଦିନର ଇଣ୍ଟର୍ଣ୍ଣଶିପ କରି ୩ ଲକ୍ଷ ଟଙ୍କା ପାଇ ପାରିବେ । ଏହି ଇଣ୍ଟର୍ଣ୍ଣଶିପ ବିଷୟରେ ଶୁଣିବା ପରେ ଆପଣଙ୍କୁ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଲାଗିବ ।

ଭାରତର ଅନ୍ୟତମ ପ୍ରତିଷ୍ଠିତ କମ୍ପାନୀ ବ୍ରିଟାନିଆ ପକ୍ଷରୁ ଆସିଛି ଏଭଳି ଏକ ବଡ଼ ଅଫର । ‘କ୍ରୋଇସାଣ୍ଟ ଉଚ୍ଚାରଣ ଏକ୍ସପର୍ଟ’ ପାଇଁ କମ୍ପାନୀ ଏହି ଇଣ୍ଟର୍ଣ୍ଣଶିପ ଅଫର ଜାରି କରିଛି । ଏଥିପାଇଁ ପ୍ରାର୍ଥୀଙ୍କୁ କେବଳ ଗୋଟିଏ ଦିନ ପାଇଁ ୩ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଆପଣଙ୍କୁ କେବଳ ଶବ୍ଦର ସଠିକ୍ ଉଚ୍ଚାରଣ ଶିଖାଇବାକୁ ପଡ଼ିବ । ଯଦି ଆପଣଙ୍କ ବୟସ ୧୮ ବର୍ଷ ତେବେ ଆପଣମାନେ ଏଥିରେ ଆବେଦନ କରିବାକୁ ଯୋଗ୍ୟ ହେବେ ।

ଏହି ଇଣ୍ଟରଶିପ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କୁ ଅଫିସ ସାରା ବୁଲିବାକୁ ସୁଯୋଗ ମିଳିବ ଓ ଓ ଗୋଟିଏ ଖାସ୍ ଶବ୍ଦର ଉଚ୍ଚାରଣ ଶିଖାଇବାକୁ ପଡ଼ିବ । ବ୍ରିଟାନିଆ ଟ୍ରିଟ କ୍ରୋଇସାଣ୍ଟ ତରଫରୁ ଏହି ଅଫର ଆସିଛି । ଏହି ଇଣ୍ଟରଶିପକୁ ‘କ୍ରୋଇସାଇଣ୍ଟ ପ୍ରୋନାଉନସିଏସନ ଏକ୍ସପର୍ଟ’ ନାମରେ କମ୍ପାନୀ ଲଞ୍ଚ କରିଛି । ଯିଏ ଏଥିରେ ଜିତିବେ ସେ ଅଫିସରରେ ରହି କର୍ମଚାରୀଙ୍କୁ ଫ୍ରୋଞ୍ଚ ପେସଟ୍ରି କ୍ରୋଇସାଣ୍ଟ ନାମର ସଠିକ୍ ତରିକା ଶିଖାଇବେ । ପ୍ରଥମେ ଆପଣଙ୍କୁ ବ୍ରିଟାନିଆର ହ୍ୱାଟସଆପ ଚାନେଲରେ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ । ମାର୍ଚ୍ଚ ୪ରୁ ଏହି ଆବେଦନ ଆରମ୍ଭ ହୋଇଥିବା ମାର୍ଚ୍ଚ ୧୦ ଆବେଦନର ଶେଷ ତାରିଖ ରହିଛି ।

Get real time updates directly on you device, subscribe now.