ଭୁବନେଶ୍ୱର : ( ଓଡ଼ିଶା ଭାସ୍କର ) ଆଜି ଦିନ ୧୧ଟାରେ ବସିବ ରାଜ୍ୟ କ୍ୟାବିନେଟ୍ । ଚଳିତ ସରକାରର ବସିବ ଶେଷ କ୍ୟାବିନେଟ୍। ଏକାଧିକ ପ୍ରସ୍ତାବ ଉପରେ ବାଜିପାରେ ମୋହର । ଶେଷ କ୍ୟାବିନେଟ ଥିବାରୁ ରାଜ୍ୟବାସୀଙ୍କ ରହିବ ନଜର । ବିଭିନ୍ନ ବିଭାଗର ଦାବି ନେଇ ହୋଇପାରେ ଆଲୋଚନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ନଗର ଉନ୍ନୟ, ବାଣିଜ୍ୟ ଓ ପରିବହନ ସମେତ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଂଜୁରୀ ମିଳିବାର ଆଶା କରାଯାଉଛି ।
ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହା ପୂର୍ବରୁ ରାଜ୍ୟର ସବୁ ବର୍ଗଙ୍କ ବିକାଶକୁ ଦୃଷ୍ଟିରେ ରଖି କେତେକ ଗୁରୁତ୍ୱପୂର୍ଣ୍ଣ ଯୋଜନା ସଂପର୍କରେ ନିଷ୍ପତ୍ତି ନିଆଯିବାର ପ୍ରସ୍ତାବ ରହିଛି ବୋଲି ଜଣାପଡ଼ିଛି । ନିକଟରେ ବସିଥିବା ବୈଠକରେ ୧୪ଟି ବିଭାଗର ୨୭ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ବାଜିଛି ।