fbpx

କିଛି ବି ଲୁଚାଅନି, ସବୁ ସାର୍ବଜନୀନ କର, ଇଲେକ୍ଟ୍ରୋରାଲ ବଣ୍ଡ ମାମଲାରେ SBIକୁ ସୁପ୍ରିମକୋର୍ଟଙ୍କ ଡେଡ୍‌ଲାଇନ୍‌

ନୂଆଦିଲ୍ଲୀ: ଇଲେକ୍ଟ୍ରୋରାଲ ବଣ୍ଡ ମାମଲାରେ ସୁପ୍ରିମକୋର୍ଟ ପୁଣି ଥରେ କଡା ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଏହି ପ୍ରସଙ୍ଗରେ କିଛି ବି ଲୁଚାଯିବା ଉଚିତ ନୁହେଁ । ସବୁକିଛି ସାର୍ବଜନିକ ହେବା ଉଚିତ । ସୋମବାର ଇଲେକ୍ଟ୍ରୋରାଲ ବଣ୍ଡ ମାମଲାରେ ପୁଣି ଥରେ ଶୁଣାଣୀ ହୋଇଛି । ଶୁଣାଣୀ ସମୟରେ ମୁଖ୍ୟ ବିଚାରପତି ଭାରତୀୟ ଷ୍ଟେଟ୍ ବ୍ୟାଙ୍କକୁ କହିଛନ୍ତି ଏ ପର୍ଯ୍ୟନ୍ତ ଇଲେକ୍ଟ୍ରୋରାଲ ବଣ୍ଡ ମାମଲାରେ ପୁରା ସୂଚନା କାହିଁକି ଦେଇନ? ସେ କହିଛନ୍ତି ନିଷ୍ପତ୍ତି ହୋଇଥିଲା କି ସମସ୍ତ ବିବରଣୀର ସାର୍ବଜନୀନ କରାଯିବ । ଏ ଦିଗରେ କିଛି ବାଛବିଚାର ରହିବ ନାହିଁ ।

କୋର୍ଟ କହିଛନ୍ତି ସମସ୍ତ ଇମାଜିିନେବଲ ବିବରଣୀର ଖୁଲାସା ହେବା ଉଚିତ । ଏହି କ୍ରମରେ କୋର୍ଟ କଡା ଭାଷାରେ କହିଛନ୍ତି କି ଏସବିଆଇ ମୁଖ୍ୟ କୋର୍ଟଙ୍କ ନିଷ୍ପତ୍ତି ମାନିବାକୁ ବାଧ୍ୟ । ଇଲେକ୍ଟ୍ରୋରାଲ ବଣ୍ଡ ମାମଲାରେ ଯାହା ବି ସୂଚନା ଏସବିଆଇ ପାଖରେ ଅଛି ସେ ସମସ୍ତ ସୂଚନା ସାର୍ବଜନୀନ କରିବାକୁ ସୁପ୍ରିମକୋର୍ଟ ଏସବିଆଇ ଓକିଲଙ୍କୁ ପୁଣି ଥରେ କହିଛନ୍ତି ।

Get real time updates directly on you device, subscribe now.