fbpx

ଆଜି କ୍ୟାବିନେଟ ବୈଠକ, ୩ଟି ପ୍ରସ୍ତାବ ଉପରେ ଲାଗିପାରେ ମୋହର

ଭୁବନେଶ୍ୱର,୧୭ା୧୨(ଓଡ଼ିଶା ଭାସ୍କର): ଆଜି ଅପରାହ୍ନ ୫ଟା ୪୫ରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ହେବ । ସେହି ବୈଠକରେ ୩ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ଲାଗିପାରେ ବୋଲି ସୂଚନା ମିଳିଛି । ସେଥି ମଧ୍ୟରୁ ଗୋଟିଏ ହେଉଛି କୃଷି ନୀତି-୨୦୧୯କୁ କ୍ୟାବିନେଟ ମଞ୍ଜୁରି ମିଳିପାରେ । ଅନ୍ୟଟି ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନକୁ ମଞ୍ଜୁରି ମିଳିବା ମଧ୍ୟ ସମ୍ଭାବନା ରହିଛି । ସେହିପରି ରାଜସ୍ୱ କ୍ୟାଡ଼ର ସଂଶୋଧନ ଆଇନକୁ ବି ମଞ୍ଜୁରି ମିଳିପାରେ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.