fbpx
BSKY
BJD SHG SKY
BJD MC SKY

କାଲିଠୁ ପୁଣି ଖରାରେ ଜଳିବ ଓଡ଼ିଶା! ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା

ଓଡ଼ିଶା ଭାସ୍କର: ଗତକାଲି କାଳବୈଶାଖୀ ପ୍ରଭାବରେ ରାଜଧାନୀ ସମେତ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା। କାଳବୈଶାଖୀ ତାଣ୍ଡବରେ ଝଡ଼ ତୋଫାନ ସହ କୁଆ ପଥର ମାଡ଼ ହୋଇଛି। ସେହିପରି ଆଜି କଟକ ଓ ଭୁବନେଶ୍ୱର ସହିତ ରାଜ୍ୟର ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି। ବିଜୁଳି ଘଡ଼ଘଡି ସହ ବର୍ଷା ଲାଗି ରହିବା ଫଳରେ ଜନଜୀବନ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ତେବେ ଆଜି ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ୯ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପକ୍ଷରୁ ଏହି ସୂଚନା ଦିଆଯାଇଥିଲା। କିନ୍ତୁ ଆସନ୍ତାକାଲିଠୁ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ବର୍ତ୍ତମାନ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ ବିଭାଗର ବର୍ତ୍ତମାନ ସୂଚନା ଅନୁଯାୟୀ, ଆସନ୍ତାକାଲିଠୁ ରାଜ୍ୟରେ ପାଗ ଫିଟିବ। ଅର୍ଥାତ ଆଜି ବର୍ଷା ହେଉଥିବା ବେଳେ କାଲିଠୁ ଖରା ହେବ। ତେବେ ବିଶେଷକରି ୨୧ ରୁ ୨୪ ତାରିଖ ମଧ୍ୟରେ ଭୀଷଣ ଖରା ହେବ । ଏହି ସମୟରେ ୮ ରୁ ୧୦ ଡିଗ୍ରୀ ତାପମାତ୍ରା ବଢିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

 

Get real time updates directly on you device, subscribe now.