fbpx

ଓଡ଼ିଶାରେ ୭୮୬ ଅଧ୍ୟାପକ ପଦବୀ ଲାଗି ଆବେଦନ ପ୍ରକ୍ରିୟା ଆରମ୍ଭ, ଏଠାରେ ସିଧା ଲିଙ୍କ୍ କରି କରନ୍ତୁ ଆବେଦନ

ଓଡ଼ିଶା ଭାସ୍କର:ଓଡ଼ିଶାରେ ଚାକିରୀ ସନ୍ଧାନରେ ଥିବା ଆଶାୟୀ ପ୍ରାର୍ଥୀଙ୍କ ଲାଗି ଆସିଲା ଖୁସି ଖବର । ରାଜ୍ୟ ଚୟନ ବୋର୍ଡ ଓଡ଼ିଶା(SSB) ପକ୍ଷରୁ ଅଣସରକାରୀ ସହାୟତାପ୍ରାପ୍ତ କଲେଜରେ ଅଧ୍ୟାପକ ପଦ ଲାଗି ଆବେଦନ ପ୍ରକ୍ରିୟା ଆରମ୍ଭ କରିଦେଇଛି । ପ୍ରାର୍ଥୀ ଏହାର ଅଫିସିଆଲ ୱେବସାଇଟ୍ ssbodish.ac.in କୁ ଯାଇ ଏଥିପାଇଁ ଆବେଦନ କରିପାରିବେ । ଏହି ପଦବୀ ଲାଗି ଆବେଦନ ପ୍ରକ୍ରିୟା ୧୯ ଏପ୍ରିଲ ୨୦୨୪ ପର୍ଯ୍ୟନ୍ତ ଚାଲିବ । ଇଚ୍ଛୁକ ପ୍ରାର୍ଥୀ ଏହି ପଦବୀ ଲାଗି ଶେଷ ଦିନ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଆବେଦନ କରିପାରିବେ ।
ଖାଲି ଥିବା ପଦବୀ: ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୭୮୬ ଅଧ୍ୟାପକ ପଦବୀ ପୁରଣ ହେବ । ତେବେ ୭୮୬ ପଦବୀ ମଧ୍ୟରୁ ୨୫୭ ପଦବୀ ମହିଳା ପ୍ରାର୍ଥୀଙ୍କ ଲାଗି ସଂରକ୍ଷିତ ରହିଛି ।
ବୟସ ସୀମା ଓ ଯୋଗ୍ୟତା:ଏହି ପଦବୀ ପାଇଁ ଆବେଦନ କରିବା ନିମନ୍ତେ ପ୍ରାର୍ଥୀଙ୍କ ବୟସ ୧ ଜାନୁୟାରୀ ୨୦୨୪ ସୁଦ୍ଧା ୨୧ ବର୍ଷ ଓ ୪୨ ବର୍ଷରୁ ଅଧିକ ହୋଇ ନ ଥିବା ଉଚିତ । ସଂରକ୍ଷିତ ବର୍ଗଙ୍କ ଲାଗି ବୟସ ସୀମାରେ କୋହଳ କରାଯାଇଛି ।
ଏହି ପଦ ଲାଗି ଆବେଦନ କରୁଥିବା ପ୍ରାର୍ଥୀ ଅତି କମ୍‌ରେ ୫୫% ମାର୍କ ସହ ମାଷ୍ଟର ଡିଗ୍ରୀ କରିଥିବା ଉଚିତ । ଅନ୍ୟପକ୍ଷରେ  SC, ST, SEBC, PWD ଙ୍କ ପାଇଁ ନ୍ୟୁନତମ ମାର୍କ ୫୦% ରହିଛି ।
ତେବେ ଏ ବିଷୟରେ ଅଧିକ ସୂଚନା ପାଇଁ ଅଫିସିଆଲ ୱେବସାଇଟ୍ ଦେଖିପାରିବେ ।
ଚୟନ ପ୍ରକ୍ରିୟା: ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା, କ୍ୟାରିୟର ମୂଲ୍ୟାଙ୍କନ ଓ ମୌଖିକ ପରୀକ୍ଷା ଆଧାରରେ କରାଯିବ ।
କ୍ୟାରିୟର ମୂଲ୍ୟାଙ୍କନ: ୨୫ମାର୍କ
ମୌଖିକ ପରୀକ୍ଷା: ୨୫
ଲିଖିତ ପରୀକ୍ଷା: ୧୫୦ ମାର୍କ ।
ଆବେଦନ ଫି’:ସାଧାରଣ ଶ୍ରେଣୀ ପାଇଁ ଏହା ୫୦୦ ଟଙ୍କା ରଖାଯାଇଥିବା ବେଳେ SC, ST, SEBC, PWD ଙ୍କ ପାଇଁ ୨୦୦ ଟଙ୍କା ରହିଛି ।

Get real time updates directly on you device, subscribe now.