fbpx

ପାକିସ୍ତାନ: ବଲୁଚିସ୍ତାନର ଗ୍ୱାଦର ବନ୍ଦର ଉପରେ ଆକ୍ରମଣ କଲେ ଅଜ୍ଞାତ ବନ୍ଧୁକଧାରୀ, ୮ ଜଣ ଆତଙ୍କବାଦୀ ନିପାତ

ନୂଆଦିଲ୍ଲୀ: ପାକିସ୍ତାନର ଅଶାନ୍ତ ବଲୁଚିସ୍ତାନ ସ୍ଥିତ ଗ୍ୱାଦର ବନ୍ଦର ଉପରେ ଆକ୍ରମଣ ହୋଇଛି । କିଛି ଅଜ୍ଞାତ ବନ୍ଧୁକଧାରୀ ଏହି ଗୁଳିମାଡ଼ କରିଥିବା ଜଣାପଡ଼ିଛି । ଆକ୍ରମଣକାରୀମାନେ ବନ୍ଧୁକ ଓ ବିସ୍ଫୋରକ ଦ୍ରବ୍ୟ ସହିତ ଗ୍ୱାଦର ପୋର୍ଟ (ଅଥରିଟି (ଜିପିଏ) ପରିସରରେ ପ୍ରବେଶ କରିଥିଲେ ଓ ତା’ପରେ ଆଖିବୁଜା ଗୁଳିମାଡ଼ କରିଥିଲେ । ଆକ୍ରମଣକାରୀମାନେ ପୋର୍ଟ ସ୍ଥିତ ଏକ ଘର ଭିତରେ ପଶିଯାଇଥିଲେ ।

ତେବେ ସ୍ଥାନୀୟ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଘେରାବନ୍ଦୀ କରିବା ସହିତ ଜବାବ ଦେଇଥିଲେ । ଏହି ମୁହାଁମୁହିଁରେ ୮ ଜଣ ବନ୍ଧୁଙ୍କ ଧାରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଜିପିଏ ପାକିସ୍ତାନର ତୃତୀୟ ସର୍ବବୃହତ ବନ୍ଦର ଭାବେ ପରିଚିତ । ଷ୍ଟ୍ରେଟ ଅଫ୍ ହୋରମୁଜ ନିକଟରେ ଗ୍ୱାଦର ବନ୍ଦର ରହିଥିବା ବେଳେ ସେଠାରେ ଆରବିଆନ ସମୁଦ୍ରକୁ ଜାହାଜରେ ଗୁରୁତ୍ୱପୂର୍ଣ୍ଣ ତୈଳ ଯାତାୟତ ହୋଇଥାଏ । ଯେଉଁ ବନ୍ଦରରେ ଆକ୍ରମଣ ହୋଇଛି ସେଠାରେ ବର୍ତ୍ତମାନ ସମୟରେ ଚୀନର ଇଞ୍ଜିନିୟରମାନେ ଅନେକ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି ।

ଏହା ଚୀନ-ପାକିସ୍ତାନ ଆର୍ଥିକ କରିଡର (ସିପିଇସି)ର ଏକ ଅଂଶ ହୋଇଥିବା ବେଳେ ବେଜିଂର ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ (ବିଆରଆଇ)ର କେନ୍ଦ୍ରବିନ୍ଦୁ ଅଟେ । ସେଠାରେ ଅନେକ ଚୀନ କର୍ମଚାରୀ କାର୍ଯ୍ୟରତ ରହିଛନ୍ତି । ପୂର୍ବରୁ ଚୀନର କିଛି ସ୍ଥାନରେ ମଧ୍ୟ କିଛି ପାକିସ୍ତାନୀ ଆତଙ୍କବାଦୀ ଗ୍ରୁପ ଦ୍ୱାରା ଆକ୍ରମଣ ହୋଇଥିଲା । ଗତବର୍ଷ ଅଗଷ୍ଟ ମାସରେ ଗ୍ୱାଦରରେ ଚୀନ ଶ୍ରମିକଙ୍କ ଉପରେ କିଛି ବନ୍ଧୁକଧାରୀ ଆକ୍ରମଣ କରିଥିଲେ ।

Get real time updates directly on you device, subscribe now.