fbpx

କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ଜର୍ମାନୀର ଟିପ୍ପଣୀ ଉପରେ ନାରାଜ ହେଲା ଭାରତ, ଦେଲା କଡା ମେସେଜ୍‌

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ଉପରେ ଜର୍ମାନ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ଟିପ୍ପଣୀ ଉପରେ ଭାରତ ଗଭୀର ଅସନ୍ତୋଷ ପ୍ରକାଶ କରିଛି । ଭାରତର ଆନ୍ତରିକ ମାମଲାରେ ଟିପ୍ପଣୀ କରିବାକୁ ନେଇ କେନ୍ଦ୍ର ସରକାର ଶନିବାର ଜର୍ମାନ ଦୂତାବାସର ଉପପ୍ରମୁଖ ଜର୍ଜ ଏନଜୱିଲରଙ୍କୁ ନୋଟିସ୍ ପଠାଇଛନ୍ତି । ଏହାପରେ ଜର୍ଜ ଏନଜୱିଲର ଶନିବାର ବିଦେଶ ମନ୍ତ୍ରଣାଳୟର ଅଧିକାରୀଙ୍କୁ ସାକ୍ଷାତ କରିଛନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ କି ଜର୍ମାନ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା କି, ‘କେଜ୍ରିୱାଲଙ୍କ ନିଃଷ୍ପକ୍ଷ ଶୁଣାଣୀର ପୁରା ଅଧିକାର ରହିଛି । ତାଙ୍କୁ ବି ବିନା କୌଣସି ପ୍ରତିବନ୍ଧରେ ସମସ୍ତ ଆଇନଗତ ରାସ୍ତା ଆପଣାଇବାର ଅଧିକାର ରହିଛି । ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଆହୁରି କୁହାଯାଇଥିଲା କି ନିର୍ଦ୍ଦୋଷ ହେବାର ଅନୁମାନ ଆଇନ ଶାସନର ଏକ ପ୍ରମୁଖ ତତ୍ତ୍ୱ ଓ ଏହା ଏହି କେସ୍‌ରେ ବି ଲାଗୁ ହେବା ଉଚିତ ।’

ଭାରତର ଅନ୍ତରୀଣ ମାମଲାରେ ହସ୍ତକ୍ଷେପ କରିଥିବାରୁ ଭାରତ ବିଦେଶ ମନ୍ତ୍ରଣାଳୟ ଜର୍ମାନ ରାଜଦୂତ ଜର୍ଜ ଏନଜୱିଲରଙ୍କ ନିକଟରେ କଡା ବିରୋଧ ପ୍ରଦର୍ଶନ କରିଛି । ଭାରତ ବିଦେଶ ମନ୍ତ୍ରଣାଳୟ ମୁଖବକ୍ତା ରଣଧୀର ଜୟସୱାଲ ବୟାନ ଜାରି କରି କହିଛନ୍ତି ଆଜି ନୂଆଦିଲ୍ଲୀରେ ଜର୍ମାନ ମିଶନର ଉପପ୍ରମୁଖଙ୍କୁ ଡାକି ଆମର ନିଜସ୍ୱ ମାମଲାରେ ତାଙ୍କ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ଟିପ୍ପଣୀ ଉପରେ ଭାରତର କଡା ବିରୋଧ ବିଷୟରେ ଅବଗତ କରାଯାଇଛି । ଆମେ ଏପରି ଟିପ୍ପଣୀକୁ ଆମ ନ୍ୟାୟିକ ପ୍ରକ୍ରିୟା ଉପରେ ହସ୍ତକ୍ଷେପ ଓ ନ୍ୟାୟପାଳିକାର ସ୍ୱତନ୍ତ୍ରତାକୁ ଦୂର୍ବଳ କରିଦେବା ରୂପରେ ଦେଖୁଛୁ । ଯେପରି ଭାରତ ଓ ଅନ୍ୟ ଗଣତନ୍ତ୍ର ଦେଶରେ ଆଇନ ତାହାର କାମ କରିଥାଏ ସେହିପରି ଏହି ମାମଲାରେ ମଧ୍ୟ ଆଇନ ତାହାର କାମ କରିବ । ଏହି ମାମଲାରେ ପକ୍ଷପାତପୂର୍ଣ୍ଣ ଧାରଣା ଆଣିବା ଅନୁଚିତ ।

Get real time updates directly on you device, subscribe now.