ଓଡ଼ିଶା ଭାସ୍କର: ପ୍ରଶ୍ନ କର୍ତ୍ତାଙ୍କ କର୍ତ୍ତବ୍ୟ, ପ୍ରଶ୍ନ କର୍ତ୍ତା ଦୈବଜ୍ଞଙ୍କ ପାଖକୁ ଯାଇ ନିଜର ଭୂତ ଭବିଷ୍ୟତ ବିଷୟରେ ଜାଣିବାକୁ ଇଛାକଲେ ସୂନ୍ୟହସ୍ତରେ ଯିବା ଅବିଧେୟ ନିୟମାନୁସାରେ ଭଉଣୀ ଘରକୁ ଶ୍ୱଶୁର ଘରକୁ, ଦେବମନ୍ଦିରକୁ, ବେଶ୍ୟାଳୟକୁ, ଚିକିତ୍ସକଙ୍କ ନିକଟକୁ, ବ୍ରାହ୍ମଣ ଘରକୁ, ଗଣକ ବା ଜ୍ୟୋତିଷଙ୍କ ନିକଟକୁ, ଗୁରୁ ଗୃହକୁ, ବ୍ୟବସାୟୀଙ୍କ ପାଖରୁ ଦ୍ରବ୍ୟ କ୍ରୟ କରିବାକୁ ଯିବା ସମୟରେ ସୂନ୍ୟ ହସ୍ତରେ ଯିବା ନିର୍ଲଜତାର ପରିଚୟ ଏବଂ ଗୋହତ୍ୟା ପାପରେ ଭାଗୀ ହେବାକୁ ପଡ଼ିଥାଏ ।
ତେଣୁ ସବୁ ସମୟରେ, ସବୁ ଯାଗାରେ ସବୁ କାର୍ଯ୍ୟରେ ବିଦ୍ୱାନ ପଣ୍ଡିତଙ୍କର ପରାମର୍ଶ ନେବା ଶାସ୍ତ୍ର ସମ୍ମତ, ବୃଦ୍ଧ, ଚକ୍ଷୁନଷ୍ଟ, ଦନ୍ତନଷ୍ଟ, ବିପତ୍ନୀକ, ଅପୁତ୍ରିକ, ଲୋଭୀ, କ୍ରୋଧ୍ କାମୁକ, କାପାଳିକ, ତନ୍ତ୍ର ସାଧକ, ନିଶା ଗ୍ରସ୍ଥବ୍ୟକ୍ତିଙ୍କ ଠାରୁ କେତେବେଳେ କୌଣସି ଉପଦେଶ ଗ୍ରହଣ କରିବା ନରହତ୍ୟା ପାପରେ ଭାଗୀ ହେବା ସହ ସମାନ ।
ଏ ସବୁକୁ ବିଚାର କରି ଯୋଗ୍ୟ ଜ୍ୟୋତିଷ ଓ ପଣ୍ଡିତଙ୍କ ପାଖକୁ ଫଳ, ପୁଷ୍ପ, ଗନ୍ଧ, ମାଲ୍ୟ, ଲିଖନ ପଠନଦ୍ରବ୍ୟ, ଶକ୍ତି ଅନୁସାରେ ଅର୍ଥ ନେଇଯିବା ଉଚିତ । ଜନ୍ମ କୋପ୍ସିଥିଲେ ସଙ୍ଗରେ ନେଇ ପଣ୍ଡିତଙ୍କ ହାତକୁ ବଢ଼େଇ ଦେଇ ଚୁପ୍ ହୋଇ ବସି ରହିବେ । କୋଷ୍ଠି ନଥିଲେ ନିଜର ଉପସ୍ଥିତ ଜଣେଇ ଦେଇ ବସି ରହିବେ । ପ୍ରମାଣ ଯଥା :-
ଦେବ୍ୟୋସ୍ଥାନଂ ଶ୍ୱଶୁରାଳେ ଭଗ୍ନିଗେହେ ଗଣେକାସଙ୍ଗ ଦ୍ବିଜଃପଣକ ବଣିକ ଶ୍ଚୈବ, ଔଷଧକାଂ ଗୁରୁ ମନ୍ଦିରମ୍ ସୂନ୍ୟହସ୍ତେ ଯଃ ଗଚ୍ଛତି ସମାନବାଃ ଗୋହତ୍ୟା ପାପେଭାଗିନଃ ।୨।