fbpx

ନିଜ ଗୋଡରେ କୁରାଢୀ: ଜମ୍ମୁ-କାଶ୍ମୀର ଭାରତର ଅଂଶ ବୋଲି ଦେଖାଇଲା ପାକିସ୍ତାନୀ ଟିଭି ଚ୍ୟାନେଲ

ନିଜ ଗୋଡରେ କୁରାଢୀ ମାରିଛି ପାକିସ୍ତାନ । ଶେଷରେ ଜମ୍ମୁ-କାଶ୍ମୀର ଭାରତର ଅଂଶ ବୋଲି କହିଲା ସତ । ଏପରି ଘଟଣା ପାକିସ୍ତାନର ଏକ ସରକାରୀ ଟିଭି ଚ୍ୟାନେଲ ପିଟିଭି ସହ ହୋଇଛି । କାଶ୍ମୀରକୁ ପାକିସ୍ତାନର ବୋଲି କହୁଥିବା ଇମରାନଙ୍କ ଚିନ୍ତା ବଢାଇଛି ଏହି ଚ୍ୟାନେଲ । ପାକିସ୍ତାନର ଜନସଂଖ୍ୟା କହୁଥିବା ସମୟରେ ସମଗ୍ର କାଶ୍ମୀରକୁ ଭାରତର ଅଂଶ କହିଥିଲା ପିଟିଭି ଚ୍ୟାନେଲ । ଏହି କାର୍ଯ୍ୟକ୍ରମର ସ୍କିନସର୍ଟକୁ ଟ୍ୱିଟର ଓ ଅନ୍ୟ ସୋସିଆଲ ମିଡିଆରେ ସେୟାର କରି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି ଲୋକେ । ସରକାରୀ ଟିଭିରେ ଏପରି ଭୁଲ ପରେ ପାକିସ୍ତାନରେ ବି ହଇଚଇ ସୃଷ୍ଟି ହୋଇଛି । ଏବେ ପିଟିଭି ସଫେଇ ଦେଇ କହିଛି ଯେ, ଚ୍ୟାନେଲରେ ହୋଇଥିବା ଏହି ଭୁଲ ଯିଏ ବି କରିଛଇ, ତାହା ବିରୋଧରେ କଡା ପଦକ୍ଷେପ ନିଆଯିବ ।

ପିଟିଭିର ଏମଡି କହିଛନ୍ତି ଯେ, ସଙ୍ଗଠନରେ ଏଭଳି ଅପରାଧକୁ କ୍ଷମା କରାଯିବ ନାହିଁ । ଦୋଷୀ ବିରୋଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ । ସବୁ ପରେ ବି ପିଟିଭି ଚ୍ୟାନେଲର ଏହି କାର୍ଯ୍ୟକ୍ରମକୁ ନେଇ ଏବେ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି । କାଶ୍ମୀରକୁ ନିଜର କହୁଥିବା ପାକିସ୍ତାନ ଗାଲରେ ଶକ୍ତ ଚାପୁଡା ମାରିଲା ପରି ଏହି ଖବର ଚାରିଆଡେ ବ୍ୟାପିଚାଲିଛି ।

Get real time updates directly on you device, subscribe now.