fbpx

ବିନା କୌଣସି ଆଧାରରେ ସ୍ୱାମୀଙ୍କ ଚରିତ୍ରକୁ ବଦନାମ କରିବା ହେଉଛି ‘କ୍ରୁରତା’: କୋର୍ଟ କହିଲେ-ଗୁଜୁରାଣ ଭତ୍ତା ପାଇଁ ହକଦାର ନୁହଁନ୍ତି ପତ୍ନୀ

ନୂଆଦିଲ୍ଲୀ: ଇନ୍ଦୋରର ଫ୍ୟାମିଲି କୋର୍ଟ ଏକ ଆଦେଶରେ କହିଛନ୍ତି ଯେ, ପତ୍ନୀ ବିନା କୌଣସି ଆଧାରରେ ସ୍ୱାମୀଙ୍କ ଚରିତ୍ରକୁ ବଦନାମ କରିବା ଅତ୍ୟନ୍ତ କ୍ରୁରତା । ସହରର ଜଣେ ୩୮ ବର୍ଷ ବୟସ୍କା ମହିଳାଙ୍କ ଗୁଜୁରାଣ ଭତ୍ତା ପାଇଁ ଆବେଦନକୁ ଖାରଜ କରିବାବେଳେ କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି ।

ଏହି ଆବେଦନରେ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ତାଙ୍କର ୪୨ ବର୍ଷିୟ ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କକୁ ନେଇ ଆପତ୍ତି ଉଠାଇବା ପରେ ତାଙ୍କୁ ନିର୍ଯ୍ୟାତନା ଦିଆଯାଇଥିଲା ଏବଂ ଘରୁ ବାହାର କରି ଦିଆଯାଇଥିଲା ।

ମହିଳା ଅଢ଼େଇ ବର୍ଷ ଧରି ଅଲଗା ରହୁଛନ୍ତି :-
ଫ୍ୟାମିଲି କୋର୍ଟର ପ୍ରଧାନ ବିଚାରପତି ଏନ. ପି. ସିଂହ ଉଭୟ ପକ୍ଷର ଶୁଣାଣି ପରେ ମାର୍ଚ୍ଚ ୭ ରେ ଏହି ଆବେଦନକୁ ଖାରଜ କରିଥିଲେ । ଅଦାଲତ ତାଙ୍କ ଆଦେଶରେ କହିଛନ୍ତି, “(ପତ୍ନୀଙ୍କ ଦ୍ୱାରା) ସ୍ୱାମୀଙ୍କୁ ବିନା କୌଣସି ଆଧାରରେ ଚରିତ୍ରକୁ ବଦନାମ ଦେବା ଅତ୍ୟନ୍ତ କ୍ରୁରତା । ଫ୍ୟାମିଲି କୋର୍ଟରେ ଆବେଦନ କରିଥିବା ମହିଳା ନିଜ ସ୍ୱାମୀଠାରୁ ପ୍ରାୟ ଅଢ଼େଇ ବର୍ଷ ଧରି ଅଲଗା ରହୁଛନ୍ତି । ସେ ନିଜ ଆବେଦନରେ ନିବେଦନ କରିଥିଲେ ଯେ, ତାଙ୍କୁ ସ୍ୱାମୀଙ୍କଠାରୁ ପ୍ରତିମାସରେ ୨୦,୦୦୦ ଟଙ୍କା ଗୁଜୁରାଣ ଭତ୍ତା ଦିଆଯାଉ ।

ସ୍ୱାମୀଙ୍କ ପାଖରେ ପୁଅ ଏବଂ ଝିଅ ଅଛନ୍ତି :-

ଫ୍ୟାମିଲି କୋର୍ଟ କହିଛନ୍ତି ଯେ, ଏକ ସିଦ୍ଧାନ୍ତରେ ପହଞ୍ଚିଛି ଯେ ମହିଳା ଜଣକ ଯଥେଷ୍ଟ କାରଣ ବିନା ସ୍ୱାମୀକୁ ଛାଡିଛନ୍ତି ଏବଂ ସେ କୌଣସି ଗୁଜୁରାଣ ଭତ୍ତା ପାଇବାକୁ ଯୋଗ୍ୟ ନୁହଁନ୍ତି । ଅଦାଲତ କହିଛନ୍ତି, “ଏହା ଉଲ୍ଲେଖନୀୟ ଯେ ଏହି ଦମ୍ପତିଙ୍କ ପିଲାମାନେ ଅଭିଯୁକ୍ତ (ସ୍ୱାମୀ) ଙ୍କ ସହ ଅଛନ୍ତି ଏବଂ ସେ ସେମାନଙ୍କର ରକ୍ଷଣାବେକ୍ଷଣ କରୁଛନ୍ତି । ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ୨ ଲକ୍ଷ ଟଙ୍କା ଯୌତୁକ ନିର୍ଯାତନା ଦିଆଯାଉଥିଲା । ସେ ଏଫଆଇଆର ମଧ୍ୟ ଦାଖଲ କରିଥିଲେ । ୨୦୨୧ ମସିହାରେ ସ୍ଥାନୀୟ ପୋଲିସ ଷ୍ଟେସନରେ ତାଙ୍କ ସ୍ୱାମୀ ଏବଂ ଶାଶୁଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ଫ୍ୟାମିଲି କୋର୍ଟ ସୂଚାଇ ଦେଇଛନ୍ତି ଯେ, ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ଅନୈତିକ ସମ୍ପର୍କକୁ ନେଇ କୌଣସି ବିବାଦ ଉଲ୍ଲେଖ କରିନାହାଁନ୍ତି ।

Get real time updates directly on you device, subscribe now.