ଆଜି ବାର୍ ଆସୋସିଏସନ୍ ନିର୍ବାଚନ: ୧୫୩ ବାରରେ ମତଦାନ

ଭୁବନେଶ୍ୱର: ଆଜି ରାଜ୍ୟବ୍ୟାପୀ ବାର୍ ଆସୋସିଏସନ୍ କର୍ମକତ୍ତା ନିର୍ବାଚନ ଅନୁଷ୍ଠିତ ହେଉଛି । ୱାନ ବାର୍ ୱାନ୍ ଭୋଟ ପଦ୍ଧତିରେ ୧୫୩ଟି ବାରରେ ନିର୍ବାଚନ ହେବ । ଭୁବନ ଓ କେନ୍ଦ୍ରାପଡ଼ାକୁ ଛାଡ଼ି ଅନ୍ୟ ସମସ୍ତ ବାରରେ ନିର୍ବାଚନ କରାଯିବ । ଏହି ନିର୍ବାଚନରେ ରାଜ୍ୟର ପ୍ରାୟ ୪୦ ହଜାରରୁ ଅଧିକ ଆଇନଜୀବୀ ମତଦାନ କରିବେ । ହାଇକୋର୍ଟ ବାର୍ ପାଇଁ ମଧ୍ୟ ଏକା ସଙ୍ଗେ ନିର୍ବାଚନ ଅନୁଷ୍ଠିତ ହେବ ।

Get real time updates directly on you device, subscribe now.