ସୂର୍ଯ୍ୟ ପରାଗର ଫଟୋ ଉଠାଇବା ପୂର୍ବରୁ ପଢି ନିଅନ୍ତୁ NASA ର ଚେତାବନୀ, ନଚେତ ପଛରେ କରିବେ ଅନୁତାପ

ନୂଆଦିଲ୍ଲୀ: ଆଜି ବର୍ଷର ପ୍ରଥମ ସୂର୍ଯ୍ୟପରାଗ । ଏହି ପରାଗ କିଛି ଦେଶରେ ଦୃଶ୍ୟମାନ ହେବ । ହେଲେ ନାସାର ବୈଜ୍ଞାନିକମାନେ ସେହି ଲୋକଙ୍କୁ ଚେତାବନୀ ଜାରି କରିଛନ୍ତି ଯେଉଁମାନେ କ୍ୟାମେରା ଏବଂ ମୋବାଇଲ ଫୋନରେ ଏହାର ଫଟୋ ଉଠାଇବାକୁ ଚାହୁଁଛନ୍ତି । ଧ୍ୟାନ ଦିଅନ୍ତୁ, ୮ ଏପ୍ରିଲରେ ହେବାକୁ ଥିବା ସୂର୍ଯ୍ୟପରାଗ କେବଳ ଉତ୍ତର ଆମେରିକା ଏବଂ ୟୁରୋପର କିଛି ଅଂଶରେ ଦେଖାଯିବ । ଏହା ଭାରତ ଏବଂ ଏସିଆରେ ଦେଖାଯିବ ନାହିଁ ।

ନାସା ଲୋକଙ୍କୁ ସିଧାସଳଖ ସ୍ମାର୍ଟଫୋନ କ୍ୟାମେରାରେ ସୂର୍ଯ୍ୟପରାଗର ଫଟୋ ନେବାକୁ ଚାତାବନୀ ଜାରି କରିଛି । ଟ୍ୱିଟରରେ କୌଣସି ପ୍ରଶ୍ନର ଉତ୍ତର ଦେଇ ନାସା ଲେଖିଛି ଯେ, ଅମେ ନିଜ ଫୋନ ଟିମ @NASAHQPhoto କୁ ପଚାରିଛୁ ଏବଂ ତାଙ୍କର ଉତ୍ତର ଆସିଛି ଯେ, ଯଦି ସିଧା ସୂର୍ଯ୍ୟ ଆଡ଼କୁ କ୍ୟାମେରା ବୁଲାଯାଏ ତେବେ ଫୋନର ସେନ୍ସର ଖରାପ ହୋଇପାରେ । ଖାସକରି ଯଦି ଆପଣ ଫୋନରେ କୌଣସି ଜୁମ ଲେନ୍ସ ଲଗାଇ ଫଟୋ ନେଉଛନ୍ତି ତେବେ ଏହା ଖରାପ ହୋଇଯିବ ।

ସୂର୍ଯ୍ୟ ପରାଗର ଫଟୋ ନେବା ପାଇଁ ଅପଣଙ୍କୁ ସେହିପରି ସ୍ପେଶାଲ ଫିଲ୍ଟର ନେବା ଆବସ୍ୟକ, ଯେପରି ଅନ୍ୟ କୌଣସି କ୍ୟାମେରାରେ ଲାଗିଥାଏ । ସବୁଠାରୁ ଭଲ ଉପାୟ ଏହା ଯେ, ଯେତେବେଳେ ମଧ୍ୟ ଆପଣ ସୂର୍ଯ୍ୟ ପରାଗର ଫଟୋ ନେଉଛନ୍ତି, ତେବେ ନିଜ ଫୋନର ଲେନ୍ସ ସାମ୍ନାରେ ପରାଗ ଦେଖୁଥିବା ଲୋକେ ଚଷମା ପିନ୍ଧିବା ନିହାତି ଆବଶ୍ୟକ ।

-ସୂର୍ଯ୍ୟ ପରାଗ ଦେଖିବା ସମୟ ବା ତାର ଫଟୋ ନେବା ସମୟରେ ସର୍ବଦା ସୋଲାର ଫିଲ୍ଟର ବ୍ୟବହାର କରିବା ଆବଶ୍ୟକ । ଏହି ଫିଲ୍ଟର ଆପଣଙ୍କ ଆଖିକୁ ଏବଂ କ୍ୟାମେରାର ସେନ୍ସରକୁ ସୂର୍ଯ୍ୟର ହାନିକାରକ କିରଣରୁ ବଞ୍ଚାଇଥାଏ । ଯେତେବେଳେ ସୂର୍ଯ୍ୟ ସଂପୂର୍ଣ୍ଣ ଆଚ୍ଛାଦିତ ସେତେବେଳେ ହିଁ ଫିଲ୍ଟରକୁ କାଢିବା ଆବଶ୍ୟକ ।
-ଫଟୋ ବ୍ଲର ନ ଆସିବା ଲାଗି କ୍ୟାମେରାକୁ କୌଣସି ଷ୍ଟାଣ୍ଡରେ ଲଗାନ୍ତୁ ଏବଂ ସେଲ୍ଫ ଟାଇମରର ବ୍ୟବହାର କରନ୍ତୁ । ଯଦି ଆପଣଙ୍କ ପାଖରେ ଜୁମ ଲେନ୍ସ ନାହିଁ, ତେବେ ସୂର୍ଯ୍ୟପରାଗ ପାଖାପାଖି ବାତାବରଣରେ ହେଉଥିବା ପରିବର୍ତ୍ତନକୁ କ୍ୟାମେରାରେ କଏଦ କରନ୍ତୁ ।
-ରଶ୍ମୀ ହିସାବରେ କ୍ୟାମେରାର ସେଟିଂ ଆଡଜଷ୍ଟ କରନ୍ତୁ । ଭିନ୍ନ-ଭିନ୍ନ ସଟର ସ୍ପିଡ ଏବଂ ଏପର୍ଚରର ବ୍ୟବହାର କରି ଦେଖନ୍ତୁ ଯେ, ପରାଗର ଭଲ ଫଟୋ ଉଠାଇବା ପାଇଁ କେଉଁ ସେଟିଙ୍ଗସ ସବୁଠାରୁ ଭଲ ।