fbpx

ବିଶିଷ୍ଟ ସିନେମାଟୋଗ୍ରାଫର ଗଙ୍ଗୁ ରାମସେଙ୍କ ନିଧନ, ୮୩ ବର୍ଷ ବୟସରେ ଦୁନିଆକୁ କହିଲେ ଅଲବିଦା

ମୁମ୍ବାଇ: ବଲିଉଡ଼ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବିଶିଷ୍ଟ ସିନେମାଟୋଗ୍ରଫର ତଥା ଫିଲ୍ମ ନିର୍ମାତା ଗଙ୍ଗୁ ରାମସେ(Gangu Ramsay)ଙ୍କ ଦେହାନ୍ତ ହୋଇଛି । ରବିବାର ୮୩ ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଦୀର୍ଘ ଦିନରୁ ସେ ଅସୁସ୍ଥ ଥିବା କାରଣରୁ ଚିକିତ୍ସିତ ହେଉଥିଲେ । ଏନେଇ ତାଙ୍କ ପରିବାର ବର୍ଗ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ ।

ହରର୍ ଫିଲ୍ମ ପାଇଁ ବେଶ ଜଣାଶୁଣା ଗଙ୍ଗୁ ରାମସେ । ସୋସିଆଲ ମିଡିଆରେ ଏକ ଷ୍ଟେଟମେଣ୍ଟ ଜାରି କରି ତାଙ୍କ ପରିବାର ବର୍ଗ ଲେଖିଛନ୍ତି, ‘ଆମେ ଏହା ଅତ୍ୟନ୍ତ ଦୁଃଖର ସହ ଜଣାଉଛୁ ଯେ ଜଣେ ରାମସେ ବ୍ରଦର୍ସ, ବିଶିଷ୍ଟ ଭେଟେରାନ ଫିଲ୍ମ ନିର୍ମାତା, ସିନେମାଟୋଗ୍ରାଫର ଏବଂ ପ୍ରଯୋଜକ F.U Ramsayଙ୍କ ଦ୍ୱିତୀୟ ଜ୍ୟେଷ୍ଠ ସନ୍ତାନ, ଗଙ୍ଗୁ ରାମସେଙ୍କ ଦେହାନ୍ତ ହୋଇଛି । ରବିବାର ସକାଳ ୮ଟାରେ ସେ ଦୁନିଆକୁ ଅଲବିଦା କହିଛନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ସେ ଦୀର୍ଘ ୧ ମାସ ଧରି କୋକିଲାବେନ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଓଶିୱାରା ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା । ରାମସେ ବ୍ରଦର୍ସଙ୍କ ଦ୍ୱାରା ନିର୍ମିତ ପ୍ରଥମ ଫିଲ୍ମ ‘ଦୋ ଗଜ୍ ଜମୀନ କେ ନୀଚେ’ ୧୯୭୨ରେ ରିଲିଜ୍ ହୋଇଥିଲା । ଏହା ବ୍ୟତୀତ ହରର୍ ଶୋ’ ପାଇଁ ବହୁତ ଚର୍ଚ୍ଚାରେ ଥିଲେ ରାମସେ ବ୍ରଦର୍ସ । ଏହି ଶୋ’ ୧୯୯୩ ମସିହାରୁ ୨୦୦୧ ପର୍ଯ୍ୟନ୍ତ ଦର୍ଶକଙ୍କ ମନୋରଞ୍ଜନ କରିଥିଲା । ଏହା ବ୍ୟତୀତ ‘ସଟର୍ଡ଼େ ସସପେନ୍ସ’, ‘ନାଗିନ୍‌’ ଏବଂ ‘ଜିମ୍ବୋ’ ଭଳି ଟିଭି ସିରିଜ୍ ବେଶ ଲୋକପ୍ରିୟ ଥିଲା । ‘ୱିରାନା’, ‘ପୁରାନା ମନ୍ଦିର’, ‘ପୁରାନୀ ହୱେଲୀ’ଏବଂ ‘ବନ୍ଦ ଦରୱାଜା’ ଆଦି ହରର୍ ଫିଲ୍ମ ପାଇଁ ପ୍ରସିଦ୍ଧ ଥିଲେ ଗଙ୍ଗୁ ରାମସେ ।

 

 

Get real time updates directly on you device, subscribe now.