fbpx
BJD
BJD SKY
BJD SKY

BIG BREAKING: ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସରୁ ବହିସ୍କୃତ ହେଲେ ସୁରେଶ ରାଉତରାୟ

ଓଡ଼ିଶା ଭାସ୍କର: ରାଜ୍ୟ ରାଜନୀତି ଆସିଲା ଏକ ବଡ଼ ଖବର । କଂଗ୍ରେସରୁ ବହିସ୍କୃତ ହେଲେ ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ। ତାଙ୍କୁ ଆସନ୍ତା ୬ ବର୍ଷ ପାଇଁ ଦଳ ବହିସ୍କୃତ କରିଥିବା ନେଇ ସୂଚନା ମିଳିଛି । ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାପଡିଛି। ଏନେଇ ଏଆଇସିସି ପକ୍ଷରୁ ଏକ ପ୍ରେସ ରିଲିଜ ଜରିଆରେ ସୂଚନା ଦିଆଯାଇଛି।

ସୂଚନା ଥାଉକି, ୨୦୨୪ ନିର୍ବାଚନରେ ସୁର ନିର୍ବାଚନ ଲଢ଼ିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିଥିଲେ। ଏହାପରେ ସେ କହିଥିଲେ ଯେ ତାଙ୍କର ସାନ ପୁଅ ତଥା କ୍ୟାପଟେନ ମନ୍ମଥ ରାଉତରାୟ ପ୍ରତ୍ୟେକ୍ଷ ରାଜନୀତିକୁ ଆସିବ ଓ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବ। କିନ୍ତୁ ଏହା ପରେ ତାଙ୍କ ପୁଅ ମନ୍ମଥ କଂଗ୍ରେସରୁ ନୁହେଁ ବରଂ ବିଜେଡି ଟିକେଟରେ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହୋଇଥିଲା । ମାତ୍ର ଏହି ସମୟରେ ସୁର ପୁଅକୁ ସମର୍ଥନ କରିବେ ନାହିଁ ବୋଲି କହିଥିଲେ । ଆଉ ଏସବୁ ଭିତରେ ମନ୍ମଥ ଶେଷରେ ବିଜେଡିରେ ମିଶିଥିଲେ। ଏବଂ ତାଙ୍କୁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ମଧ୍ୟ କରିଥିଲା। ତେବେ ପୁଅକୁ ସମର୍ଥନ ନ କରିବା କଥା କହି ଆସୁଥିବା ସୁର ଧୀରେ ଧୀରେ ପୁଅ ଆଡକୁ ଢଳିବାକୁ ଆରମ୍ଭ କରିଥିଲେ। ଏମିତିକି ସେ ପୁଅ ପାଇଁ ପ୍ରଚାର କରୁଥିବା ଅଭିଯୋଗ ମଧ୍ୟ ହୋଇଥିଲା । ଆଉ ଏହି ଅଭିଯୋଗ ପରେ ସୁରଙ୍କୁ କଂଗ୍ରେସ ୨ ଥର ନୋଟିସ ମଧ୍ୟ ଜାରି କରିଥିଲା। ଏବଂ ଏସବୁ ଭିତରେ ଶେଷରେ ଆଜି ତାଙ୍କୁ ୬ ବର୍ଷ ପାଇଁ ଦଳରୁ ବହିସ୍କୃତ କରିଛି କଂଗ୍ରେସ ।

Get real time updates directly on you device, subscribe now.