fbpx

ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସାବିତ୍ରୀ ରଥୋ

କଟକ, ୧୧ା୬(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟ ବିଚାରପତି ଭାବରେ ଶପଥ ନେଇଛନ୍ତି ଜଷ୍ଟିସ ସାବିତ୍ରୀ ରଥୋ । ହାଇକୋର୍ଟ କନଫରେନ୍ସ ହଲରେ ତାଙ୍କୁ ଶପଥ ପାଠ କରାଇଛନ୍ତି ମୁଖ୍ୟ ବିଚାରପତି । କରୋନା ପାଇଁ ନିରାଡ଼ମ୍ବର ଭାବେ ଶପଥ ଗ୍ରହଣ ଉତ୍ସବ ହୋଇଛି ।
ଉଲ୍ଲେଖଯୋଗ୍ୟ ଯେ ଗତ ୯ତାରିଖ ଦିନ ସାବିତ୍ରୀ ରଥୋ ଓଡ଼ିଶା  ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ସାବିତ୍ରୀଙ୍କୁ ନିଯୁକ୍ତି ଦେଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । କେନ୍ଦ୍ର ଆଇନ ଓ ନ୍ୟାୟ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଥିଲା। ହାଇକୋର୍ଟ ବିଚାରପତିଙ୍କ ସଂଖ୍ୟା ୧୬ରେ ପହଞ୍ଚିଲା । କଲେଜିୟମ ପକ୍ଷରୁ ଜଷ୍ଟିସ ସାବିତ୍ରୀଙ୍କ ନାମ ସୁପାରିଶ ହୋଇଥିଲା ।

Get real time updates directly on you device, subscribe now.