fbpx

ସତର୍କତା ଓ ଦକ୍ଷତାର ସହ କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର, ୧୨ା୬(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ଡିଆଇଜି ଓ ଏସପିଙ୍କ ସହ ଭିଡ଼ିଓ କନଫରେନ୍ସ ଜରିଆରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି । ଜିଲ୍ଲା ସ୍ତରରେ କରୋନା ଓ ଆଇନଶୃଙ୍ଖଳା ସ୍ଥିତି ନେଇ ଆଲୋଚନା କରାଯାଇଛି । ଆଲୋଚନା ପରେ ଥାନାରେ ଅଧିକ କର୍ମଚାରୀ ମୁତୟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ୧୫ଦିନ ମଧ୍ୟରେ ଏନେଇ ଯୋଜନା ପ୍ରସ୍ତୁତ କରିବାକୁ ଡିଜିପି ଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କରୋନା ଯୁଦ୍ଧ ସରିନି ତେଣୁ ସତର୍କତା ଓ ଦକ୍ଷତାର ସହ କାମ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଲକଡାଉନ ବେଳେ ପୋଲିସର ସଂଯମ ଓ ମାନବିକତାକୁ ନବୀନ ପ୍ରଶଂସା ମଧ୍ୟ କରିଛନ୍ତି । କୋଲକାତାରେ ଓଡ୍ରାଫ ଓ ଅଗ୍ନିଶମ କର୍ମଚାରୀଙ୍କ ସେବା ପ୍ରଶଂସନୀୟ ବୋଲି ମଧ୍ୟ ସେ କହିଛନ୍ତି ।

Get real time updates directly on you device, subscribe now.