fbpx

୨୦୦ ପାକିସ୍ତାନୀ ଆସୁଛନ୍ତି ଅଯୋଧ୍ୟା, କିଏ ଏମାନେ ଓ କାହିଁକି ଆସୁଛନ୍ତି ଅଯୋଧ୍ୟା ଜାଣନ୍ତୁ

ନୂଆଦିଲ୍ଲୀ: ଆଜି ରାମଲାଲାଙ୍କ ଦର୍ଶନ ଲାଗି ଅଯୋଧ୍ୟାର ପବିତ୍ର ମାଟିରେ ପହଞ୍ଚୁଛନ୍ତି ୨୦୦ ପାକିସ୍ତାନୀ । ପାକିସ୍ତାନରୁ ସିନ୍ଧି ସମୁଦାୟର ୨୦୦ ସଦସ୍ୟ ବିଶିଷ୍ଟ ପ୍ରତିନିଧିମଣ୍ଡଳ ରାମଲାଲାଙ୍କ ଦର୍ଶନ ଲାଗି ଆଜି ଅର୍ଥାତ୍ ଶୁକ୍ରବାର ଅଯୋଧ୍ୟା ପହଞ୍ଚୁଛନ୍ତି । ସିନ୍ଧ ପ୍ରାନ୍ତର ଏହି ପ୍ରତିନିଧି ମଣ୍ଡଳ ଭାରତକୁ ଏକ ମାସ ଲାଗି ଧାର୍ମିକ ଯାତ୍ରାରେ ଆସିଛନ୍ତି ଓ ସେମାନେ ପ୍ରୟାଗରାଜ ଦେଇ ଅଯୋଧ୍ୟାରେ ପହଞ୍ଚିବେ ।

ସେମାନଙ୍କ ସହ ଭାରତରୁ ସିନ୍ଧ ସମୁଦାୟର ୧୫୦ ସଦସ୍ୟ ବିଶିଷ୍ଟ ପ୍ରତିନିଧିମଣ୍ଡଳ ବି ଯାତ୍ରା କରିବେ । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଅଯୋଧ୍ୟାରେ ସେମାନଙ୍କୁ ସ୍ୱାଗତ କରିବେ । ଏହି ପାକିସ୍ତାନୀ ପ୍ରତିନିଧି ମଣ୍ଡଳୀଙ୍କ ଲାଗି ଏକ ବିଶେଷ ସମାରୋହର ଆୟୋଜନ କରାଯାଇଛି । ଅଯୋଧ୍ୟାରେ ଉଦାସୀନ ଋଷି ଆଶ୍ରମ ଓ ଶବରୀ ରୋଷେଇରେ ତାଙ୍କ ପାଇଁ ବିଶେଷ ବ୍ୟବସ୍ଥା ହୋଇଛି । ଆଜି ସନ୍ଧ୍ୟାରେ ଏହି ପ୍ରତିନିଧି ମଣ୍ଡଳ ରାମ କି ପୌଡୀ ଠାରେ ସରଜୁ ଆରତୀରେ ବି ସାମିଲ ହେବେ । ଏହି ପ୍ରତିନିଧି ମଣ୍ଡଳ ଆଜି ରାତିରେ ଅଯୋଧ୍ୟାରୁ ଲକ୍ଷ୍ନୌ ଯିବେ ଓ ସେଠାରୁ ରାୟପୁର ଯିବେ । ଏହି ପ୍ରତିନିଧି ମଣ୍ଡଳ ଲାଗି ଅଯୋଧ୍ୟାର ସିନ୍ଧି ଧାମ ଆଶ୍ରମରେ ଏକ ବିଶେଷ ସମାରୋହର ମଧ୍ୟ ଆୟୋଜନ କରାଯାଇଛି । ଏଠାରେ ସାରା ଦେଶରୁ ବହୁ ସିନ୍ଧି ସଂଘ ସେମାନଙ୍କ ସ୍ୱାଗତ କରିବେ ।

Get real time updates directly on you device, subscribe now.