ହୃଦୟ ବିଦାରକ…ପରଲୋକରେ ୨୦ ବର୍ଷୀୟ ପ୍ରତିଭାଶାଳୀ କ୍ରିକେଟର: ମେ ୧ ତାରିଖରେ ନେଇଥିଲେ ୩ଟି ୱିକେଟ୍

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ପର୍ଯ୍ୟାୟରେ ମତଦାନ ପ୍ରକ୍ରିୟା ଜାରି ରହିଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଜଣେ ୨୦ ବର୍ଷୀୟ ଯୁବ କ୍ରିକେଟରଙ୍କର ପରଲୋକ ଘଟିଛି । ଯେଉଁ ବୟସରେ ଜଣେ ଖେଳାଳି ଦେଶର ସୁନାମ ପାଇଁ କଠିନ ସଂଘର୍ଷ କରିଥାଏ, ସେହି ସମୟରେ ସେ ଅଚାନକ ତାଙ୍କର ଦୁଃଖଦ ମୃତ୍ୟୁ ଘଟିଛି । ସବୁଠାରୁ ହୃଦୟ ବିଦାରକ କଥା ହେଉଛି, ଏହି ପ୍ରତିଭାଶାଳୀ କ୍ରିକେଟର ଜଣଙ୍କ ଗତ ୧ ତାରିଖରେ ଏକ କ୍ରିକେଟ ମ୍ୟାଚରେ ଖେଳି ୩ଟି ୱିକେଟ ଅକ୍ତିଆର କରିଥିଲେ । ମାତ୍ର ଆଜି ସେ ଆଉ ଆମ ଗହଣରେ ନାହାନ୍ତି ।

ଖବର ମୁତାବକ, ଇଂଲଣ୍ଡ କ୍ରିକେଟ ଜଗତରୁ ଆସିଛି ଏଭଳି ଏକ ଦୁଃଖଦ ଖବର । ୨୦ ବର୍ଷୀୟ ସ୍ପିନ ବୋଲର ଜୋଶ ବେକର ଆଉ ନାହାନ୍ତି । ମେ ୧ ତାରିଖରେ ବେକର ଏକ ମ୍ୟାଚରେ ଖେଳି ୩ଟି ୱିକେଟ ଅକ୍ତିଆର କରିଥିଲେ । ଇଂଲଣ୍ଡ ଟେଷ୍ଟ ଅଧିନାୟକ ବେନ ଷ୍ଟୋକ୍ସନଙ୍କ ସହିତ ତାଙ୍କର ଖାସ୍ ସମ୍ପର୍କ ରିହଥିଲା । ସେ ୱର୍ସେଷ୍ଟେରଶୟାର କ୍ରିକେଟ କ୍ଲବ ତରଫରୁ ଖେଳୁଥିଲେ । ବେକରଙ୍କ ନିଧନ ବାଦରେ କ୍ଲବ ପକ୍ଷରୁ କୌଣସି ବୟାନ ଦିଆଯାଇନଥିବା ବେଳେ କ୍ରିକେଟରଙ୍କ ପରିବାରର ଗୋପନୀୟତାକୁ ସମ୍ମାନ ଦେବାକୁ କୁହାଯାଇଛି ।

ତେବେ ବେକରଙ୍କ ମୃତ୍ୟୁ ପଛର କାରଣ ସ୍ପଷ୍ଟ ହୋଇନାହିଁ । ୨୦୨୧ରେ ୧୭ ବର୍ଷ ବୟସରେ ବେକର କ୍ଲବରେ ଡେବ୍ୟୁ କରିବା ସହ ନିଜର ଚୁକ୍ତି ସ୍ୱାକ୍ଷର କରିଥିଲେ । ସେ ୨୨ଟି ପ୍ରଥମଟି ଶ୍ରେଣୀ ମ୍ୟାଚ ଖେଳି ୪୩ଟି ୱିକେଟ ଓ ୨୫ଟି ହ୍ୱାଇଟ ବ୍ଲ ମ୍ୟାଚ (ଲିଷ୍ଟ-ଏ ଓ ଟି-୨୦) ଖେଳି ୨୭ଟି ୱିକେଟ ଅକ୍ତିଆର କରିଥିଲେ । ବେକର ଜଲେ ଉଦ୍ଦୀୟମାନ ଅଲରାଉଣ୍ଡର ଥିଲେ । ଗତବର୍ଷ ଗ୍ଲକଷ୍ଟରଶାୟର ବିପକ୍ଷରେ ଖେଳି ସେ କ୍ୟାରିୟରର ସର୍ବଶ୍ରେଷ୍ଠ ୭୫ ରନ୍ ସଂଗ୍ରହ କରିବା ସହତ ଦୁଇଟି ଅର୍ଦ୍ଧଶତକ କରିଥିଲେ । ସେ ଇଂଲଣ୍ଡର ଅଣ୍ଡର-୧୯ ଟିମ୍ ପାଇଁ ମଧ୍ୟ ଖେଳିଥିଲେ । ଚଳିତ ମାସ ପହିଲାରେ ଏକ ମ୍ୟାଚରେ ୬୬ ରନ୍ ଦେଇ ୩ଟି ୱିକେଟ ଅକ୍ତିଆର କରିଥିଲେ । ଏକଦା ବେକରଙ୍କ ଗୋଟିଏ ଓଭରରେ ଷ୍ଟୋକ୍ସ ୫ଟି ଛକା ଓ ୧ଟି ଚୌକା ମାରି ଚର୍ଚ୍ଚାକୁ ଆସିଥିଲେ । ମାତ୍ର ପରେ ହ୍ୱାଟସଆପ ଜରିଆର ମେସେଜ୍ ପଠାଇ ଷ୍ଟୋକ୍ସ ବେକରଙ୍କୁ ପ୍ରୋତ୍ସାହିତ କରିଥିଲେ ।

Get real time updates directly on you device, subscribe now.