ମନୀଷ ସିସୋଦିଆଙ୍କ ଲାଗି ଗୁଡ୍ ନ୍ୟୁଜ୍‌, ହାଇକୋର୍ଟ ପୁରା କଲେ ଏହି ବଡ ଦାବୀ

ନୂଆଦିଲ୍ଲୀ:ଦିଲ୍ଲୀ ହାଇକୋର୍ଟ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଯାଚିକା ଉପରେ ଶୁଣାଣୀ କରି ତାଙ୍କୁ ବଡ ଆଶ୍ୱସ୍ତି ଦେଇଛନ୍ତି । କୋର୍ଟ ତାଙ୍କୁ ସପ୍ତାହରେ ଥରେ ପତ୍ନୀଙ୍କୁ ଭେଟିବା ଲାଗି ଅନୁମତି ଦେଇଛନ୍ତି । ଏହା ସହିତ କୋର୍ଟ ତାଙ୍କ ଜାମିନ ଆବେଦନ ଉପରେ ଇଡି ଓ ସିବିଆଇକୁ ନୋଟିସ୍ ଜାରି କରି ସେମାନଙ୍କ ଠାରୁ ଜବାବ ମାଗିଛନ୍ତି ।

ଏହି ମାମଲାରେ ଆଗାମୀ ଶୁଣାଣୀ ମେ’ ୮ ତାରିଖରେ ହେବ । ଏଠାରେ ସୂଚାଇ ଦିଆଯାଇପାରେ କି ମନୀଷ ସିସୋଦିଆ ଦିଲ୍ଲୀ ମଦ ଦୁର୍ନିିତୀ ମାମଲାରେ ଏକ ବର୍ଷରୁ ଅଧିକ ସମୟ ଧରି ଜେଲ୍‌ରେ ରହି ଆସୁଛନ୍ତି । ସେ ବହୁବାର ଜମାନତ ଯାଚିକା ଦାଖଲ କରିଛନ୍ତି କିନ୍ତୁ ସବୁଥର ତାଙ୍କ ଯାଚିକାକୁ ଖାରଜ କରି ଦିଆଯାଉଛି ।

ଏଥର ସିସୋଦିଆ ଏପ୍ରିଲ ୩୦ରେ ନିମ୍ନ ଅଦାଲତର ଆଦେଶକୁ ଆହ୍ୱାନ ଦେଇ ହାଇକୋର୍ଟରେ ଆବେଦନ କରିଥିଲେ । ତତ୍କାଳ ଶୁଣାଣୀ ପାଇଁ କାର୍ଯ୍ୟବାହକ ମୁଖ୍ୟ ନ୍ୟାୟଧୀଶ ମନମୋହନ ଓ ବିଚାରପତି ମନମୀତ୍ ପିଏସ୍ ଆରୋରାଙ୍କ ପୀଠ ସମ୍ମୁଖରେ ସିସୋଦିଆଙ୍କ ଯାଚିକାର ଉଲ୍ଲେଖ କରାଯାଇଥିଲା । ଅଦାଲତ ଏହି ଯାଚିକା ଉପରେ ଶୁକ୍ରବାର ଶୁଣାଣୀ କରିବାକୁ ସହମତ ହୋଇଥିଲେ ।

Get real time updates directly on you device, subscribe now.