fbpx

କେବେ ନାମାଙ୍କନ ଭରିବେ PM ମୋଦୀ? Nomination ପୂର୍ବରୁ ବାରାଣସୀରେ ମୋଦୀ ଜଲୱା

ନୂଆଦିଲ୍ଲୀ: ଆଗାମୀ ନିର୍ବାଚନକୁ ନେଇ ସମସ୍ତ ରାଜନୈତିକ ଦଳ ଏବେ ବ୍ୟସ୍ତ । ସେପଟେ ବିଜେପି ଏଥର ପ୍ରଧାନମନ୍ତ୍ରୀଙ୍କ ‘୪୦୦ ପାର୍’ ସ୍ଲୋଗାନକୁ ସତ କରି ଦେଖାଇବା ପାଇଁ ଚେଷ୍ଟା ଜାରି ରଖିଛି । ତେବେ ଏହାଭିତରେ ଚର୍ଚ୍ଚାକୁ ଆସିଛି ଖୋଦ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ବାଚନ ଆସନ । ମୋଦୀ ଏପର୍ଯ୍ୟନ୍ତ ନିର୍ବାଚନ ପାଇଁ ନାମାଙ୍କନ ଭରି ନଥିବା ବେଳେ କେବେ ସେ ନାମାଙ୍କନ ଭରିବେ ସେ ନେଇ ଚର୍ଚ୍ଚା ହେଉଥିବା ବେଳେ ଏହାପୂର୍ବରୁ ଆଉ ଏକ କାମ କରିବା ପାଇଁ ଘୋଷଣା ହୋଇଯାଇଛି । ଏହାପରେ ଚଳଚଞ୍ଚଳ ହୋଇଉଠିଛି ବାରାଣସୀ ।

ଆସନ୍ତା ମେ’ ୧୪ ତାରିଖରେ ପ୍ରଧାନମନ୍ତ୍ରୀ ବାରାଣସୀ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ । କିନ୍ତୁ ଏହାପୂର୍ବରୁ ଅର୍ଥାତ୍ ମେ’ ୧୩ ତାରିଖରେ ମୋଦୀ ଏକ ମେଗା ରୋଡ୍ ଶୋ’ କରିବେ ବୋଲି ଜାଣିବାକୁ ମିଳିଛି । ବାରାଣସୀର କାଶୀରେ ଏହି ମେଗା ରୋଡ୍ ଶୋ’ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ତୃତୀୟ ଥର ପାଇଁ ସେ ବାରାଣସୀରୁ ନିର୍ବାଚନ ଲଢିବାକୁ ଯାଉଥିବା ବେଳେ ଆସନ୍ତା ସପ୍ତାହରେ ଏଠାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଥମେ ଏଠାରେ ମେଗା ରୋଡ୍ ଶୋ’ କରିବା ପରେ ନାମାଙ୍କନ ଭରିବେ ବୋଲି ଜଣାଯାଇଛି । ତେବେ ଏହି ରୋଡ୍ ଶୋ’କୁ ସଫଳ କରିବା ପାଇଁ ଲାଗି ପଡ଼ିଛି ବିଜେପି । ମୋଦୀଙ୍କ ଏହି ରୋଡ୍ ଶୋ’ରେ ପ୍ରାୟ ୧୦ ହଜାର ଲୋକ ବିଜେପି ସମର୍ଥନରେ ରାସ୍ତାକୁ ଓହ୍ଲାଇବ ବୋଲି କୁହାଯାଇଛି ।

ସୂଚନା ଅନୁସାରେ, ମେ’ ୧୩ ତାରିଖରେ ବାରାଣସୀରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦୀ । ସନ୍ଧ୍ୟାରେ ପ୍ରାୟ ୧୦ କି.ମି ଲମ୍ବା ରାସ୍ତାରେ ଏହି ରୋଡ୍ ଶୋ’ ହେବାକୁ ଯୋଜନା ରହିଛି । ସର୍ବପ୍ରଥମେ ଲଙ୍କା ସ୍ଥିତ ମଦନ ମୋହନ ମାଲଭୀୟଙକ ପ୍ରତିମାରେ ମାଲ୍ୟାର୍ପଣ କରି ରୋଡ୍ ଶୋ’ ଆରମ୍ଭ କରିବେ ମୋଦୀ । ଲଙ୍କା ପରେ ଅସୀ, ଭଦୈନୀ, ମଦନପୁରା, ଜନଙଗବାଡ଼ି, ଗୋଦୌଲିୟା, ଚୌକ, ବୁଲାନାଲା, ମେଦାଗିନ, ଲୋହାଟିୟା, କବୀରଚୌରା, ପିପଲାନୀ କଟରା, ଲହୁରାବୀର ପରେ ମଲଦହିୟା ସ୍ଥିତ ସର୍ଦ୍ଦାର ପଟେଲଙ୍କ ପ୍ରତିମାରେ ମାଲ୍ୟାର୍ପଣ ପରେ ରୋଡ୍ ଶୋ’ ଶେଷ ହେବ ।

Get real time updates directly on you device, subscribe now.