fbpx

(Video) ‘ଟି-୨୦ ବିଶ୍ୱକପ୍’ ଜିତିବ ଟିମ୍ ଇଣ୍ଡିଆ! ଟ୍ରଫି ଜିତାଇବେ ଏହି ପ୍ଲେୟାର… ବିରଳ ସମୀକରଣ

ଓଡ଼ିଶା ଭାସ୍କର: ଆସନ୍ତା ଜୁନ ୧ ରୁ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଆଇସିସି ଟି୨୦ ବିଶ୍ୱକପ ୨୦୨୪ର ଆୟୋଜନ ହେବ । ଯାହାକୁ ନେଇ ବେଶ ଉତ୍ସାହିତ କ୍ରିକେଟପ୍ରେମୀ । ୨୦୨୪ ଆଇପିଏଲ ସରିବା ପରେ ନ୍ୟାସନାଲ ଡ୍ୟୁଟିରେ ଯିବ ଟିମ ଇଣ୍ଡିଆ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ, ବିଗତ ଦିନରେ ଟୁର୍ଣ୍ଣାମେଣ୍ଟ ପାଇଁ ୧୫ ସଦସ୍ୟ ବିଶିଷ୍ଟ ସ୍କ୍ୱାଡ ଘୋଷଣା କରିସାରିଛି । ରୋହିତ ଶର୍ମାଙ୍କ ହାତରେ ଟିମ ଇଣ୍ଡିଆର ଦାୟିତ୍ୱ ଦିଆଯାଇଛି । କିନ୍ତୁ ଏହାରି ମଧ୍ୟରେ ବିଶ୍ୱକପକୁ ନେଇ ଏମନିତି ସମୀକରଣ ହେଉଛି, ଯାହାଦ୍ୱାରା ଟିମ ଇଣ୍ଡିଆ ବିଶ୍ୱକପ ଜିତିବା ନିଶ୍ଚିତ ବୋଲି ଚର୍ଚ୍ଚା କରୁଛନ୍ତି କ୍ରିକେଟପ୍ରେମୀ ।

ଟିମ ଇଣ୍ଡିଆ ସାମ୍ନାରେ ଅନେକ ବର୍ଷ ପରେ ଆଇସିସି ଟ୍ରଫି ଜିତିବାର ସୁଯୋଗ ରହିଛି । ଶେଷ ଥର ୨୦୧୩ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତୀୟ ଟିମ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା । ସେଥିପାଇଁ ଏବେ ଦେଖିବା ରୋମାଂଚକର ହେବ କି, ଏଥର ସେହି କରିସ୍ମାକୁ ରୋହିତ ଶର୍ମା ଦୋହରାଇ ପାରୁଛନ୍ତି କି ନାହିଁ । କିନ୍ତୁ ସୋସିଆଲ ମିଡିଆରେ ଏମିତି ସମୀକରଣ ଏବେ ଭାଇରାଲ ହେଉଛି, ଯାହା ହିସାବରେ, ଭାରତୀୟ ଟିମର ପରବର୍ତୀ ବିଶ୍ୱକପ୍ ଜିତିବା ଏକପ୍ରକାର ଥୟ ବୋଲି କୁହାଯାଉଛି ।

ଏବେ ସୁଦ୍ଧା ମୋଟ ୩ ଥର ଟିମ ଇଣ୍ଡିଆ ବିଶ୍ୱକପ ମୁକୁଟ ଜିତିଛି । ୧୯୮୩ରେ କପିଲ ଦେବଙ୍କ କପ୍ତାନୀରେ ଭାରତ ପ୍ରଥମଥର ଏହି କମାଲ କରିଥିଲା । ଏହାପରେ ୨୦୦୭ ଟି୨୦ ବିଶ୍ୱକପରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଏହାକୁ ଦୋହରାଇଥିଲା । ସେହିପିର ୨୦୧୧ରେ ଭାରତରେ ହୋଇଥିବା ଦିନିକିଆ ବିଶ୍ୱକପକୁ ଧୋନୀଙ୍କ ନେୃତୃତ୍ୱରେ ଟିମ୍ ନିଜ ନାମରେ କରିଥିଲା । ୧୯୮୩ରେ କୃଷ୍ଣମାଚାରୀ ଶ୍ରୀକାନ୍ତ, ୨୦୦୭ ଓ ୨୦୧୧ରେ ଏସ ଶ୍ରୀସନ୍ଥ ବିଶ୍ୱକପ ବିଜେତା ଟିମର ଅଂଶ ଥିଲେ ।

ଯଦି ଆମେ ଏଥର ସେମିତି କେଉଁ ଖେଳାଳୀଙ୍କ ବିଷୟରେ କହିବା, ପରବର୍ତୀ ଟି୨୦ ବିଶ୍ୱକପ ୨୦୨୪ ପାଇଁ ଚୟନ ହୋଇଥିବା ଟିମ ଇଣ୍ଡିଆରେ ବି ଜଣେ ଏମିତି ଖେଳାଳୀ ସ୍କ୍ୱାଡରେ ରହିଛନ୍ତି । ବାସ୍ତବରେ ଆମେ ଓିକେଟକିପର ବ୍ୟାଟ୍ସମ୍ୟାନ ସଂଜୁ ସାମସନଙ୍କ କଥା କହୁଛି । ତାଙ୍କୁ ପ୍ରଥମଥର କୌଣସି ବିଶ୍ୱକପ ଟିମରେ ସ୍ଥାନ ମିଳିଛି । ଏବେ ଦେଖିବାର କଥା ଏହା ଯେ, ଟିମ ଇଣ୍ଡିଆ ପାଇଁ ସେ କଣ କମାଲ ଦେଖାଉଛନ୍ତି ।

Get real time updates directly on you device, subscribe now.