fbpx

ଅଚାନକ କ୍ରିକେଟରୁ ଅବସର ଘୋଷଣା କଲେ ଷ୍ଟାର କ୍ରିକେଟର: ଏହି ଦଳ ବିପକ୍ଷରେ ଖେଳିବେ ଶେଷ ମ୍ୟାଚ

ନୂଆଦିଲ୍ଲୀ: କ୍ରିକେଟର ସମସ୍ତ ଫର୍ମାଟରୁ ବିଦାୟ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି ଷ୍ଟାର କ୍ରିକେଟର । ଇଂଲଣ୍ଡର ଷ୍ଟାର ବୋଲର ଜେମ୍ସ ଆଣ୍ଡରସନ୍ କ୍ରିକେଟରୁ ଅବସର ନେଇ ଘୋଷଣା କରିଦେଇଛନ୍ତି । ଇଂଲଣ୍ଡ ପକ୍ଷରୁ ଖେଳି ୭୦୦ ଟେଷ୍ଟ ୱିକେଟ ହାସଲ କରିଥିବା ଆଣ୍ଡରସନ୍ ଏବେ କ୍ରିକେଟରୁ ବିଦାୟ ନେବା ପାଇଁ ପ୍ରସ୍ତୁତ ହୋଇଛନ୍ତି । ଆଗାମୀ ଗରୋଇ ସିରିଜ ପରେ ଟେଷ୍ଟ କ୍ରିକେଟରୁ ବିଦାୟ ନେବା ପାଇଁ ଘୋଷଣା କରିଛନ୍ତି ଆଣ୍ଡରସନ୍ । ଏ ନେଇ ଦଳର କୋଚ୍ ବ୍ରେଣ୍ଡନ୍ ମ୍ୟାକୁଲମ୍ ସୂଚନା ଦେଇଛନ୍ତି ।

ଚଳିତବର୍ଷ ଆରମ୍ଭରେ ଭାରତ ଗସ୍ତରେ ଆସିଥିଲା ଇଂଲଣ୍ଡ । ଟିମ ଇଣ୍ଡିଆ ବିପକ୍ଷ ଟେଷ୍ଟ ସିରିଜରେ ଆଣ୍ଡରସନ୍ ଟେଷ୍ଟ କ୍ରିକେଟରେ ୭୦୦ତମ ୱିକେଟ ହାସଲ କରି ଏକ ବିଶାଳ ରେକର୍ଡ ସୃଷ୍ଟି କରିଥିଲେ । ଟେଷ୍ଟ କ୍ରିକେଟରେ ଏହି କାରନାମା କରିଥିବା ପ୍ରଥମ ପେସ୍ ବୋଲର ଭାବରେ ରେକର୍ଡ କରିଛନ୍ତି ଜେମ୍ସ ଆଣ୍ଡରସନ୍ । ରିପୋର୍ଟ ଅନୁସାରେ, ଇଂଲଣ୍ଡ ଟେଷ୍ଟ ଦଳର କୋଚ୍ ବ୍ରେଣ୍ଡନ୍ ମ୍ୟାକୁଲମ୍ ଆଣ୍ଡରସନଙ୍କୁ କହିଥିଲେ ଯେ, ଅଷ୍ଟ୍ରେଲିଆରେ ୨୦୨୫-୨୬ ଆସେଜକୁ ନଜରରେ ରଖି ଭବିଷ୍ୟତ ପାଇଁ ଦଳ ଚିନ୍ତା କରୁଛି । ଅର୍ଥାତ୍ ୪୧ ବର୍ଷୀୟ ଷ୍ଟାର ବୋଲର ଆଣ୍ଡରସନ ଏବେ ଚୟନ କମିଟିର ପ୍ଲାନରେ ସାମିଲ ନାହାନ୍ତି ।

ସୂଚନା ଥାଉ କି, ଜେମ୍ସ ଆଣ୍ଡସନଙ୍କ ନାମରେ ସର୍ବାଧିକ ଟେଷ୍ଟ ୱିକେଟ ହାସଲ କରିବା ରେକର୍ଡ ସାମିଲ ରହିଛି । ଏହାବ୍ୟତୀତ ଟିମ ଇଣ୍ଡିଆର ମହାନ୍ କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କ ପରେ ଦ୍ୱିତୀୟ ଖେଳାଳି ଭାବରେ ଆଣ୍ଡରସନ ସର୍ବାଧିକ ଟେଷ୍ଟ ଖେଳିଛନ୍ତି । ସଚିନ୍ ନିଜ କ୍ୟାରିୟରରେ ୨୦୦ ଟେଷ୍ଟ ମ୍ୟାଚ ଖେଳି ବିଶ୍ୱ ରେକର୍ଡ ସୃଷ୍ଟି କରିଥିବା ବେଳେ ଆଣ୍ଡରସନ୍ ୧୮୭ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ତେବେ ଆସନ୍ତା ଘରୋଇ ସିଜନ ପରେ ଏହି ସଂଖ୍ୟାରେ ବିରାମ ଲାଗିବ ।

Get real time updates directly on you device, subscribe now.