ଦୈନିକ ପ୍ରୋଟିନ ପାଉଡର ସେବନ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ: ବିଶେଷଜ୍ଞ

ଓଡିଶା ଭାସ୍କର: ବର୍ତ୍ତମାନ ସମୟରେ ଦେଖିବାକୁ ମିଳେ ଯୁବକମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ପ୍ରୋଟିନ ପାଉଡର ପଛରେ ଧାଇଁଛନ୍ତି । କିନ୍ତୁ ଏହି ପାଉଡର ଆପଣଙ୍କର ସୁନ୍ଦର ସ୍ୱାସ୍ଥ୍ୟକୁ ବିଗାଡି ଦେଇପାରେ । ଆଜିକାଲି ଡାଏଟ କରିବାକୁ ଅନେକ ବ୍ୟକ୍ତି ପସନ୍ଦ କରୁଥିଲା ବେଳେ କିଛି ଲୋକ ପତଳା ଥିବାରୁ ପ୍ରେଟିନ୍ ପାଉଡର ଖାଇବାକୁ ପସନ୍ଦ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କିତ କିଛି ତଥ୍ୟ ……

ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର) ରିପୋର୍ଟ ଅନୁସାରେ, ପାଉଡରରେ ଅଧିକ ଶର୍କରା, ମିଠା ଯୁକ୍ତ ପୋଷକତତ୍ତ୍ୱ ଥିବାରୁ ଏହା ମଧୁମେହ, ହୃଦରୋଗ ଓ ମେଦ ବହୁଳତା ଭଳି ମାରାତ୍ମକ ସମସ୍ୟା ଆଣିଥାଏ । ଏନେଇ ଆଇସିଏମଆର ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି । ଏହା ଅତ୍ୟଧିକ ସେବନ ଦ୍ୱାରା ବୃଦ୍ଧ ବ୍ୟକ୍ତିମାନଙ୍କ ମାଂସପେସୀ ଉପରେ ବିଶେଷ ପ୍ରଭାବ ପଡିଥାଏ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଉତ୍ତମ ସ୍ୱାସ୍ଥ୍ୟ ଲାଗି ସନ୍ତୁଳିତ ଖାଦ୍ୟ ନିହାତି ଆବଶ୍ୟକ । ଗର୍ଭାବସ୍ଥା ସମୟରେ ପୃଷ୍ଟିକର ଖାଦ୍ୟ ବା ଭଲ ସ୍ୱାସ୍ଥ୍ୟ ଲାଗି ପିଲାମାନଙ୍କୁ ସ୍ତନ୍ୟପାନ ସମୟରେ ମହିଳାମାନଙ୍କୁ ପ୍ରୋଟିନ୍ ପାଉଡର ସେବନ ଲାଗି ପରାମର୍ଶ ଦିଆଯାଇଥାଏ । କିନ୍ତୁ ୬ ମାସ ପରେ ଏହାର ସେବନ ହ୍ରାସ କରିବା ଆବଶ୍ୟକ । ଏହି ସର୍ଭେ ସଂସ୍ଥା ପକ୍ଷରୁ କୁହାଯାଇଛି ପାଉଡର ବଦଳରେ ଛୁଆମାନଙ୍କୁ ୬ମାସ ପର୍ଯ୍ୟନ୍ତ ସ୍ତନ୍ୟପାନ କରାଇବା ଆବଶ୍ୟକ । ୬ମାସ ପରେ ହାଲୁକା କଠି ଘର ଖାଦ୍ୟ ଖାଇବାକୁ ଦେବା ଆବଶ୍ୟକ ଅଟେ । ଏହା ସହ ପ୍ରଚୁର ଲେମ୍ବୁ ଓ ପନିପରିବା ଖାଇବାକୁ ଆଇସିଏମଆର ପକ୍ଷରୁ କୁହାଯାଇଛି ।