fbpx

Breaking News; ରାଜସ୍ଥାନକୁ ମାତ୍ ଦେଲା CSK: ପ୍ଲେ-ଅଫ୍ ଅଭିମୁଖେ ଆଉ ଏକ ପାଦ ବଢାଇଲା ଚେନ୍ନାଇ

ନୂଆଦିଲ୍ଲୀ: ରାଜସ୍ଥାନ ରୋୟଲ୍ସକୁ ଚକମା ଦେଇ ପ୍ଲେ-ଅଫ୍ ପାଇଁ ଆଉ ଏକ ପାଦ ଆଗକୁ ବଢାଇଛି ଚେନ୍ନାଇ ସୁପର କିଙ୍ଗସ । ଚଳିତ ସିଜନର ଶେଷ ଗରୋଇ ମ୍ୟାଚରେ ରାଜସ୍ଥାନକୁ ପରାସ୍ତ କରି ପ୍ଲେ-ଅଫ୍ ଦୌଡ଼ରେ ସାମିଲ ରହିଛି ଚେନ୍ନାଇ । ତେବେ ପ୍ରଥମେ ବୋଲିଂ ଏବଂ ପରେ ବ୍ୟାଟିଂର ଜଲୱା ଦେଖାଇ ଚେନ୍ନାଇ ରାଜସ୍ଥାନକୁ ୫ ୱିକେଟରେ ମାତ୍ ଦେଇଛି । ଏହି ବିଜୟର ୨ ପଏଣ୍ଟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ପହଞ୍ଚିଛି । ଏହାସହିତ ଦଳର ପ୍ଲେଅଫ୍ ଖେଳିବାର ସ୍ୱପ୍ନ ଏବେ ବି ଜୀବିତ ରହିଛି ।

ଦ୍ୱିତୀୟ ଇନିଂସରେ ଦମଦାର ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗସ ରାଜସ୍ଥାନକୁ ପରାସ୍ତ କରିଛି । ଅଧିନାୟକ ଋତୁରାଜଙ୍କ ଦମଦାର ବ୍ୟାଟିଂ ସହିତ ଅନ୍ୟ କ୍ରିକେଟରଙ୍କ ବ୍ୟାଟିଂ ବଳରେ ଏହି ବିଜୟ ହାସଲ କରିଛି ଚେନ୍ନାଇ । ମାତ୍ର ୧୮.୨ ଓଭରରେ ଏହି ଲକ୍ଷ୍ୟକୁ ହାସଲ କରିନେଇଛି ସିଏସକେ । ଋତୁରାଜଙ୍କ ବ୍ୟତୀତ ଷ୍ଟାର ଓପନର ରଚିନ୍ ରବିନ୍ଦ୍ର ୨୭, ଡାରିଲ ମିଚେଲ ୨୨, ମୋଇନ୍ ଅଲୀ ୧୦ ରନ କରିଥିବା ବେଳେ ଜାଡେଜା ୫ ଏବଂ ସମୀର ରିଜଭୀ ୧୫ ରନ୍ କରିବାରେ ସଫଳ ହୋଇଛନ୍ତି । ତେବେ ଏହି ମ୍ୟାଚରେ ସମୀର ରିଜଭୀ ଏହି ମ୍ୟାଚର ୱିନିଙ୍ଗ ସଟ୍ ଖେଳିଛନ୍ତି । ପ୍ରଥମ ଇନିଂସରେ ସର୍ବଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ଯୋଗୁଁ ସିମରଜିତ୍ ସିଂହଙ୍କୁ ପ୍ଲେୟର ଅଫ ଦ ମ୍ୟାଚ୍ ଭାବରେ ବିବେଚନା କରାଯାଇଛି । ଏହି ମ୍ୟାଚରେ ସିମରଜିତଙ୍କ ବ୍ୟତୀତ ତୁଷାର ଦେଶପାଣ୍ଡେ ମଧ୍ୟ ୨ଟି ସଫଳତା ହାସଲ କରିଛନ୍ତି ।

ଦମଦାର ବୋଲିଂ ପରେ ବ୍ୟାଟିଂରେ ମଧ୍ୟ କମାଲ କରିଛି ଚେନ୍ନାଇ ସୁପର କିଙ୍ଗସ । ପ୍ରଥମେ ବୋଲିଂ କରି ରାଜସ୍ଥାନକୁ ମାତ୍ର ୧୪୧ରେ ଅଟକାଇବାରେ ସକ୍ଷମ ହୋଇଥିଲା ଚେନ୍ନାଇ । ଦଳର ବୋଲିଂ ୟୁନିଟକୁ ବଡ଼ ଶଟ୍ କେଳିବାରେ ଫେଲ ମାରିଛନ୍ତି ରାଜସ୍ଥାନର ଷ୍ଟାର ବ୍ୟାଟର । ଯାହା ଫଳରେ ୨୦ ଓଭରରେ ମାତ୍ର ୧୪୧ ରନ୍ କରିବାରେ ରାଜସ୍ଥାନ ବ୍ୟାଟିଂ ଡିପାର୍ଟମେଣ୍ଟ ସମର୍ଥ ହୋଇଥିଲା । ସିମରଜିତ୍ ସିଂହଙ୍କ ଦମଦାର ବୋଲିଂରେ ଚେନ୍ନାଇ ରାଜସ୍ଥାନକୁ ବଡ଼ ସ୍କୋର କରିବାରୁ ରୋକି ପାରିଥିଲା । ଯାହା ଫଳରେ ରାଜସ୍ଥାନର ଯଶସ୍ୱୀ ଜଏସ୍ୱାଲ ଏବଂ ଜୋସ୍ ବଟଲରଙ୍କ ସମେତ ଅଧିନାୟକ ସଞ୍ଜୁ ସାମସନ୍ ମଧ୍ୟ ଫେଲ ମାରିଥିଲେ । ତେବେ ଷ୍ଟାର କ୍ରିକେଟର ରିୟାନ୍ ପରାଗଙ୍କ ଦମଦାର ବ୍ୟାଟିଂ ବଳରେ ଚେନ୍ନାଇ ୧୪୧ରେ ପହଞ୍ଚିଥିଲା ।

 

Get real time updates directly on you device, subscribe now.