ଓଡ଼ିଶା ଭାସ୍କର: ଦେଶର ନାଗରିକମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ସରକାର ନୂଆ ନୂଆ ଯୋଜନା ଚଳାଉଛନ୍ତି । ବିଶେଷ କରି ମହିଳାମାନଙ୍କ ବିକାଶ କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦେଉଛନ୍ତି ସରକାର । ମହିଳା ସଶକ୍ତିୀକରଣ ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି । ଏଥିମଧ୍ୟରୁ ଗୋଟିଏ ହେଉଛି ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା । ଏହି ଯୋଜନା ଅଧୀନରେ ଗର୍ଭବତୀ ମହିଳାମାନଙ୍କୁ ସରକାର ସିଧାସଳଖ ଆର୍ଥିକ ସୁବିଧା ଯୋଗାଇ ଦେଇଛନ୍ତି । ଆର୍ଥିକ ବିକାଶ କରିବା ପାଇଁ ଏହି ଯୋଜନାରେ ସରକାର ମହିଳାଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ପଠାଇ ଦେଇଥାନ୍ତି ।
କିପରି ପାଇବେ ଏହି ସୁବିଧା?
ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାରେ ସରକାର ଗର୍ଭବତୀ ମହିଳାଙ୍କ ପାଇଁ ୫ ହଜାର ଟଙ୍କାର ସହାୟତା ରାଶି ଯୋଗାଇ ଦେଇଥାନ୍ତି । ୨୦୧୭ ମସିହାରେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ମହିଳାଙ୍କ ବିକାଶ ଏବଂ ସୁବିଧା ପାଇଁ ଏହି ଯୋଜନା କରିଥିଲେ କେନ୍ଦ୍ର ସରକାର । ତେବେ ମୋଟ ୩ଟି କିସ୍ତିରେ ସରକାର ଏହି ଟଙ୍କା ମହିଳାଙ୍କ ଆକାଉଣ୍ଟକୁ ପଠାଇଥା’ନ୍ତି । ପ୍ରଥମ କିସ୍ତିରେ ମହିଳାଙ୍କୁ ପଞ୍ଜୀକରଣ ଦ୍ୱାରା ୧୦୦୦ ଟଙ୍କା ପ୍ରଦାନ କରାଯାଏ । ଏହାପରେ ଗର୍ଭଧାରଣର ୬ ମାସ ପରେ ଦ୍ୱିତୀୟ କିସ୍ତିରେ ୨୦୦୦ ଟଙ୍କା ଲେଖାଏଁ ପଠାଉଛନ୍ତି ସରକାର । ଏହାପରେ ପୁଣିଥରେ ପିଲାଙ୍କ ଜନ୍ମ ପରେ ସରକାର ତୃତୀୟ କିସ୍ତି ଭାବରେ ଆଉ ୨ ହଜାର ଟଙ୍କା ପଠାଇ ଦିଆଯାଏ ।
କିପରି କରିବେ ଆବେଦନ?
୧- ଏହି ଯୋଜନାର ଲାଭ ପାଇବା ପାଇଁ ମହିଳାମାନଙ୍କର ବୟସ ୧୯ ବର୍ଷରୁ ଅଧିକ ହେବା ଉଚିତ୍ ।
୨- ଏହି ଯୋଜନାର ଲାଭ ପାଇବାକୁ, ସର୍ବପ୍ରଥମେ ଆପଣଙ୍କୁ ଅଫିସିଆଲ୍ ୱେବସାଇଟ୍ https://pmmvy.wcd.gov.in/ କୁ ଯିବାକୁ ପଡିବ ।
୩- ଏହା ପରେ ଆପଣଙ୍କୁ ନାଗରିକ ଲଗଇନ୍ ବିକଳ୍ପ ଉପରେ କ୍ଲିକ୍ କରିବାକୁ ପଡିବ ।
୪- ମୋବାଇଲ୍ ନମ୍ବର ପ୍ରବେଶ କରି ପ୍ରାମାଣିକିକରଣ ଯାଞ୍ଚ କରନ୍ତୁ ।
୫- ଏହା ପରେ ଆପଣଙ୍କୁ ଡାଟା ଏଣ୍ଟ୍ରି ଉପରେ କ୍ଲିକ୍ କରିବାକୁ ପଡିବ ଏବଂ ହିତାଧିକାରୀ ପଞ୍ଜିକରଣ ଉପରେ କ୍ଲିକ୍ କରିବାକୁ ପଡିବ ।