fbpx

ଇଲେକ୍ସସନ ଡ୍ୟୁଟି ସାରି ଫେରୁଥିବା ସମୟରେ ସଡ଼କ ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ

ମାଲକାନଗିରି: ଇଲେକ୍ସସନ ଡ୍ୟୁଟି ସାରି ଫେରୁଥିବା ସମୟରେ ସଡ଼କ ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ । ସୂଚନା ଅନୁସାରେ ନିର୍ବାଚନ କାର୍ଯ୍ୟ ସାରି ଫେରୁଥିବା ବେଳେ ଦୁର୍ଘଟଣାରେ ପ୍ରିଜାଇଡିଂ ଅଫିସରଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି । ମୃତ ଶିକ୍ଷକ ହେଲେ ଖଇରପୁଟ ବ୍ଲକ ମୁଦୁଲିପଡା ପଂଚାୟତର ବନ୍ଧଗୁଡାର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଇନ୍ଦ୍ରଜିତ କିର୍ସାନୀ । ନିର୍ବାଚନ କାମସାରି ଫେରୁଥିବା ବେଳେ ତମଗୁଡା ନିକଟରେ ଏକ ଘରୋଇ ବସ ସହ ମୁହାଁ ମୁହିଁ ହୋଇ ଧକା ହୋଇଥିଲା ।

ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଓ ସାଥି ଶିକ୍ଷକ ମାନେ ଇନ୍ଦ୍ରଜୀତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ଆଣିବା ପରେ ମାଥିଲି ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତ୍ୟୁ ଖବର ପାଇବା ସାରେ ଖଇରପୁଟ ବ୍ଲକ ର ସମସ୍ତ ଶିକ୍ଷକ ଓ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାଥି ଡମ୍ବରୁ ସୀସା ଓ ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଶନୀ ମାଥିଲି ମେଡ଼ିକାଲ ରେ ପହଞ୍ଚି ପରିବାର ଲୋକଙ୍କୁ ବୁଝା ବୁଝି କରୁଛନ୍ତି ।

Get real time updates directly on you device, subscribe now.