fbpx

ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ

ମୁମ୍ବାଇ,୧୪ ।୬: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଜି ଆତ୍ମହତ୍ୟା କରିଛନ୍ତି । ମୁମ୍ବାଇର ବାନ୍ଦ୍ରା ସ୍ଥିତ ଘରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ଘରର ଚାକର କହିଛି । ତେବେ ସୁଶାନ୍ତ ମୃତ୍ୟୁକୁ ନେଇ ମୁମ୍ବାଇ ପୋଲିସ କହିଛି ଯେ, ଗତ ୬ ମାସ ହେବ ସୁଶାନ୍ତ ଡିପ୍ରେସନରେ ଥିଲେ । ଗତକାଲି ରାତିରେ କିଛି ବନ୍ଧୁ ସୁଶାନ୍ତଙ୍କ ସହିତ ଥିଲେ ।

ତେବେ ସୁଶାନ୍ତ ବହୁ ସଫଳ ଫିଲ୍ମରେ ଅଭିନୟ କରିଥିଲେ । ଧୋନୀ ଦ ଅନଟୋଲ୍ଡ ଷ୍ଟାରି, କାୟ ପୋ ଛେ, ସୁଦ୍ଧ ଦେସୀ ରୋମାନ୍ସ , ପିକେ, କେଦାରନାଥ ଛିଛୋରେରେ ସୁଶାନ୍ତଙ୍କ ଅଭିନୟକୁ ଦର୍ଶକମାନେ ବେଶ ପସନ୍ଦ କରିଥିଲେ । ଧାରାବାହିକ ପବିତ୍ର ରିସ୍ତାରୁ ସେ ବେଶ ଲୋକପ୍ରିୟତା ପାଇଥିଲେ । ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା କେଦାରନାଥ ଯେଉଁଥିରେ ସେ ସାରା ଅଲି ଖାନଙ୍କ ସହ ନଜର ଆସିଥିଲେ।

Get real time updates directly on you device, subscribe now.