fbpx

ପରୀକ୍ଷା କେନ୍ଦ୍ରରେ CUET ପ୍ରଶ୍ନପତ୍ର ବଣ୍ଟନରେ ତୃଟି; ବିରୋଧ କଲେ ଛାତ୍ରଛାତ୍ରୀ, ତ୍ରୁଟି ପାଇଁ କ୍ଷମା ମାଗିଲା NTA

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଚାୟବପୁର ପୋଲିସ ଷ୍ଟେସନ ଅନ୍ତର୍ଗତ ମନ୍ଧନା ଅଞ୍ଚଳରେ ଛାତ୍ରଛାତ୍ରୀ ପରୀକ୍ଷାରେ ବିଶୃଙ୍ଖଳା ନେଇ କଲେଜ ସମ୍ମୁଖରେ ଆନେ୍ଦାଳନ କରିଥିଲେ । କଲେଜ ପରିସରରେ ପଥର ଫିଙ୍ଗିବା ସହ ଭଙ୍ଗାରୁଜା କରିବା ଆରମ୍ଭ କରିଦେଇଥିଲେ । ପରିସ୍ଥିତି ଅଣାୟତ ହେବାରୁ ପୋଲିସ ଟିମକୁ ମୁତୟନ କରାଯାଇଥିଲା । ଏହି ଘଟଣାର ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୂରି ବୁଲୁଥିବାର ଦେଖାଯାଉଛି ।

ଖବର ଅନୁସାରେ , ଛାତ୍ରଛାତ୍ରୀଙ୍କୁ ସିୟୁଇଟି ପରୀକ୍ଷାକୁ ଅଫଲାଇନ ମାଧ୍ୟମରେ କରାଯାଇଥିଲା । ସେହି ପରୀକ୍ଷା କେନ୍ଦ୍ରରେ ଇଂରାଜୀ ମାଧ୍ୟମର ଛାତ୍ରଛାତ୍ରୀଙ୍କୁ ହିନ୍ଦୀ ମାଧ୍ୟମର ପ୍ରଶ୍ନ ପତ୍ର ଦେଇଥିବାରୁ ଏଭଳି ବିଶୃଙ୍ଖା ଘଟିଛି । କଲେଜ ପରିଚାଳନା କତ୍ତୃପକ୍ଷ ଅନୁସାରେ , ଏହି ଭୁଲ ଯୋଗୁଁ ସେମାନେ ଦୁଃଖ ପ୍ରକାଶ କରିଛନ୍ତି । ଏହି ଭୁଲକୁ ସୁଧାରିବା ପାଇଁ ଅନ୍ୟ ଏକ ତାରିଖରେ ପରୀକ୍ଷା କରାଯିବା ନେଇ ଘୋଷଣା କରିଛନ୍ତି ଏନଟିଏ ।
ସେହିପରି ଏହା ପୂର୍ବରୁ ଏନଟିଏ ଦିଲ୍ଲୀ କେନ୍ଦ୍ରଗୁଡିକରେ ମେ’ ୧୫ରେ ଧାର୍ଯ୍ୟ ହୋଇଥିବା ସିୟୁଇଟି ୟୁଜି ୨୦୨୪ ପରୀକ୍ଷାକୁ ସ୍ଥଗିତ କରାଯାଇଥିଲା । ଏନଟିଏର ସରକାରୀ ବିଜ୍ଞପ୍ତି ଅନୁସାରେ ଏଜେନ୍ସି କହିଥିଲା, ‘ସମସ୍ତ ପରୀକ୍ଷାର୍ଥୀ ଏବଂ ଷ୍ଟେକହୋଲ୍ଡରଙ୍କୁ ସୂଚାଇ ଦିଆଯାଉଛି ଯେ ଅପରିହାର୍ଯ୍ୟ କାରଣ ଯୋଗୁଁ ରସାୟନ ବିଜ୍ଞାନ- ୩୦୬, ବୟୋଲୋଜି- ୩୦୪, ଇଂରାଜୀ -୧୦୧ ଏବଂ ଜେନେରାଲ ନଲେଜ- ୫୦୧ ପରୀକ୍ଷା ପେପରକୁ ମେ’ ୧୫ରେ ଦିଲ୍ଲୀ କେନ୍ଦ୍ରରେ ଉପସ୍ଥିତ ପ୍ରାର୍ଥୀଙ୍କ ପାଇଁ ସ୍ଥଗିତ କରାଯାଇଥିଲା ।’

Get real time updates directly on you device, subscribe now.