fbpx

୮ ବର୍ଷର ନିରୀହ ଶିଶୁକୁ ଝୁଣିଦେଲା କୁକୁର, ପୋଲିସ ନେଲା ଏପରି କାର୍ଯ୍ୟାନୁଷ୍ଠାନ

ନୋଏଡା: ନୋଏଡା ସେକ୍ଟର ୧୧୭ ସୋରଖା ଗ୍ରାମରେ ଏକ ପିଟବୁଲ୍ ଡଗ୍ ୮ ବର୍ଷର ଶିଶୁକୁ କାମୁଡି ଗମ୍ଭୀର ଭାବରେ ଆହତ କରିଦେଇଛି । କୁକୁର ଶିଶୁର ପେଟ, ହାତ ସହିତ ଶରୀରର ଅନ୍ୟ ଅଙ୍ଗକୁ ବି କାମୁଡି କ୍ଷତାକ୍ତ କରିଛି । ପୋଲିସ ଏହି ମାମଲାରେ ଏଫଆଇଆର୍ ରୁଜୁ କରି ଅଭିଯୁକ୍ତ ମାଲିକକୁ ଗିରଫ କରିଛି । ଏହି ମାମଲାରେ ଏବେ ପୋଲିସ ପଶୁ ଚିକିତ୍ସା ଅଧିକାରୀଙ୍କୁ ପତ୍ର ଲେଖି କୁକୁରର ପ୍ରଜାତି କ’ଣ ତାହା ନିର୍ଦ୍ଧାରିତ କରିବାକୁ କହିଛି । ନୋଏଡାର ଏଡିସିପି ମନୀଷ ମିଶ୍ରା କହିଛନ୍ତି ମେ’ ୧୫ ତାରିଖରେ ଥାନା ସେକ୍ଟର ୧୧୩ରେ ପୀଡିତଙ୍କ ମା’ ଅଭିଯୋଗ କରିଥିଲେ କି ତାଙ୍କ ପୁଅ ଶିବମ୍‌କୁ ପିଟବୁଲ୍ କୁକୁର ଝୁଣି ଦେଇଛି ।

ମିଳିଥିବା ସୂଚନା ଅନୁସାରେ ସୋରଖା ଗ୍ରାମରେ ରହୁଥିବା ସନ୍ତୋଷ ଅଭିଯୋଗ ଆଣିଛନ୍ତି କି ମେ’ ୧୪ ତାରିଖ ସନ୍ଧ୍ୟା ୭ଟା ସମୟରେ ତାଙ୍କ ପୁଅ ଶିବମ୍ ପଡୋଶୀରେ ରହୁଥିବା ମାମୀଙ୍କ ଘରକୁ ଯାଇଥିଲା । ଶିବମର ମାମୀ ମୂଲଚନ୍ଦ ଘରେ ରହୁଥିଲା । ମୂଲଚନ୍ଦ ପୁଅ ଅଭିଷେକ ପିଟବୁଲ୍ ପ୍ରଜାତିର କୁକୁର ପାଳିଥିଲା । ସନ୍ତୋଷର କହିବା ଅନୁଯାୟୀ ପିଟବୁଲ୍ ଶିବମ୍ ଉପରେ ଆକ୍ରମଣ କରି ତାକୁ ଗମ୍ଭୀର ରୂପରେ ଆହତ କରିଛି । ସେ କହିଛନ୍ତି କୁକୁର ଏହା ପୂର୍ବରୁ ବହୁ ଲୋକଙ୍କ ଉପରେ ଆକ୍ରମଣ କରିଛି ଓ ଅଭିଯୁକ୍ତ କୁକୁରର ମୁହଁ ଉପରେ ମଜଲ ମାକ୍ସ ବି ଲଗାଇ ନ ଥିଲେ ।

Get real time updates directly on you device, subscribe now.