fbpx

କାହିଁକି ଖାରଜ ହୋଇଥାଏ ନାମାଙ୍କନ ପତ୍ର? କିଏ ଲଢିପାରିବେ ନିର୍ବାଚନ, ଇତ୍ୟାଦି ସବୁ ଉତ୍ତର

ଓଡ଼ିଶା ଭାସ୍କର: ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ କ୍ଷେତ୍ର ବାରାଣସୀ ଏବେ ଖୁବ ଚର୍ଚ୍ଚାରେ ରହିଛି । ଏହି ଚର୍ଚ୍ଚାକୁ ଆହୁରି ଲୋକଲୋଚନକୁ ଆଣିଛନ୍ତି ହାସ୍ୟ ଅଭିନେତା ଶ୍ୟାମ ରଙ୍ଗୀଲା । ବାରାଣସୀରୁ ନିର୍ବାଚନ ଲଢିବା ପାଇଁ ଶ୍ୟାମ ରଙ୍ଗୀଲା ନାମାଙ୍କନ ଭରିଥିବା ବେଳେ ଏହାକୁ ଖାରଜ କରାଯାଇଛି । ନାମାଙ୍କନରେ ତ୍ରୁଟି ଯୋଗୁଁ ଶ୍ୟାମ ରଙ୍ଗୀଲା ନିର୍ବାଚନ ଲଢେଇରୁ ବାଦ୍ ପଡ଼ିଛନ୍ତି । ତେବେ ବର୍ତ୍ତମାନ କିଛି ପ୍ରଶ୍ନକୁ ନେଇ ଅନେକ ଲୋକ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି, କାହିଁକି ନାମାଙ୍କନପତ୍ର ରଦ୍ଦ କରାଯାଏ? କେଉଁମାନେ ଲଢିପାରିବେ ନିର୍ବାଚନ? ଇତ୍ୟାଦି..

ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୮୪-ଏରେ କୁହାଯାଇଛି ଯେ, କେଉଁ ବ୍ୟକ୍ତି ସଂସଦର ସଦସ୍ୟ ହେବା ପାଇଁ ଯୋଗ୍ୟ ହୋଇପାରିବେ । ଏହି ନିୟମ ଅନୁସାରେ, ଭାରତୀୟ ନାଗରିକତା ନଥିବା କୌଣସି ବ୍ୟକ୍ତିଙ୍କୁ ନିର୍ବାଚନରେ ଲଢିବା ପାଇଁ ଅଧିକାର ମିଳିନଥାଏ । ତେବେ ନିର୍ବାଚନରେ ପ୍ରାର୍ଥୀ ଭାବରେ ଲଢିବାକୁ ହେଲେ ସମ୍ପୃକ୍ତ ନାଗରିକଙ୍କ ଅନ୍ୟୁନ ବୟସ ୨୫ ବର୍ଷ ହୋଇଥିବା ଆବଶ୍ୟକ । ଲୋକ ପ୍ରତିନିଧିତ୍ୱ ଅଧିନିୟମ ୧୯୫୧ର ଧାରା ୪(ଡି) ଅନୁସାରେ, ସଂସଦୀୟ କ୍ଷେତ୍ରର ମତଦାତାଙ୍କ ତାଲିକାରେ ସାମିଲ ଥିବା ବ୍ୟକ୍ତିଙ୍କ ମଧ୍ୟ ନିର୍ବାଚନ ଲଢେଇ କରିପାରିବେ ନାହିଁ । ସେହିପରି କୌଣସି ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷରୁ ଅଧିକ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିଥିବା ବ୍ୟକ୍ତିଙ୍କୁ ମଧ୍ୟ ନିର୍ବାଚନ ଲଢିବା ପାଇଁ ସୁଯୋଗ ମିଳି ପାରିବ ନାହିଁ ।

ତେବେ ଲୋକସଭା ନିର୍ବାଚନ ଲଢିବା ପାଇଁ ନାଗରିକଙ୍କ ନାମ ଭୋଟର ଲିଷ୍ଟରେ ଥିବା ଆବଶ୍ୟକ । ଏହାପରେ ନାମାଙ୍କନ ପତ୍ର ପୂରଣ କରି ନିର୍ବାଚନ ମଇଦାନକୁ ଓହ୍ଲାଇପାରନ୍ତି ଜଣେ ଭାରତୀୟ ନାଗରିକ । ତେବେ ଜିଲ୍ଲା ନିର୍ବାଚନ ଆୟୋଗଙ୍କୁ ଥରେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବା ପରେ ତାଙ୍କ ସମସ୍ତ ତଥ୍ୟ ଯାଞ୍ଚ କରିଥାନ୍ତି ନିର୍ବାଚନ ଆୟୋଗ । ଏହାକୁ ସ୍କ୍ରୁଟନୀ ମଧ୍ୟ କୁହାଯାଏ । ତେବେ ଏହି ଯାଞ୍ଚ ସମୟରେ ଅନେକ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ ହୋଇଯାଏ ।

କେଉଁ ଆଧାରରେ ଖାରଜ ହୁଏ ନାମାଙ୍କନ ପତ୍ର?

  • ନାମାଙ୍କନ ପତ୍ରରେ ପ୍ରାର୍ଥୀଙ୍କର କିମ୍ବା ଆବଶ୍ୟକ ସଂଖ୍ୟାରେ ପ୍ରସ୍ତାବକଙ୍କ ଦସ୍ତଖତ ନଥିଲେ ।
  • ଆବଶ୍ୟକୀୟ ଜମା ରାଶି ଦିଆ ହୋଇନଥିଲେ
  • ଯଦି ଆଶାୟୀ ପ୍ରାର୍ଥୀ ଅନ୍ୟ କୌଣସି କ୍ଷେତ୍ରରୁ ନିର୍ବାଚନ ଲଢୁଥାନ୍ତି, ଏବଂ ମତଦାତା ସୂଚୀରେ ସେ ନିଜ ନାମର ପ୍ରମାଣ ଦେଇନଥାନ୍ତି ।
  • ନିଜର ବ୍ୟକ୍ତିଗତ ସମ୍ପତ୍ତି, ପରିବାର ଏବଂ ଅପରାଧିକ ମୋକଦ୍ଦମାର ବିବରଣୀ ସମ୍ବନ୍ଧୀୟ ଆଫିଡାଭିଟ ଦେଇ ନଥିଲେ
  • ନାମାଙ୍କନ ପତ୍ରରେ ଆଶାୟୀ ପ୍ରାର୍ଥୀଙ୍କ ସମ୍ପୂର୍ଣ୍ଣ ଠିକଣା ଲେଖା ହୋଇନଥିଲେ ।
  • ନିର୍ଦ୍ଧାରିତ ତାରିଖ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ହୋଇ ନଥିଲେ କିମ୍ବା ନିର୍ବାଚନ ଆୟୋଗ ଦ୍ୱାରା ନିର୍ଦ୍ଧାରିତ ଆରଓ ବା ଏଆରଓଙ୍କୁ ଉଚିତ୍ ସ୍ଥାନରେ ପତ୍ର ଦାଖଲ ହୋଇ ନଥିଲେ ।
  • କୌଣସି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ରରେ ଆପତ୍ତି ଉଠିଲେ, ତାଙ୍କୁ ,ହାର ଉତ୍ତର ଦେବା ପାିଁ ସମୟ ଦିଆଯାଏ
  • ତେବେ ରିଟର୍ଣ୍ଣିଙ୍ଗ ଅଫିସର ଏଭଳି ମାମଲାର ଶୁଣାଣି ପାଇଁ ପରଦିନ ବା ତା’ ପର ଦିନ(ସକାଳ ୧୧ଟା) ପର୍ଯ୍ୟନ୍ତ ଘୁଞ୍ଚାଇପାରିବେ ।
  • ଏହିସବୁ ମାମଲାର ଶୁଣାଣି ନାମାଙ୍କନ ଫେରାଇବା ପାଇଁ ଶେଷ ତାରିଖର ଅପରାହ୍ନ ୩ଟା ପର୍ଯ୍ୟନ୍ତ ପୂରଣ କରିବାକୁ ହେବ ।

Get real time updates directly on you device, subscribe now.