fbpx

‘ମୋତେ ଜେଲ୍‌ରେ ରହିବାକୁ ଦିଅ, ମୁଁ ଏହି ଜେଲ୍‌ରୁ ମୁକ୍ତ ହେବାକୁ ଚାହୁଁନାହିଁ’: ଆବୁ ସଲେମ କୋର୍ଟରେ କଲା ଏପରି ଆବେଦନ

ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ଦୁନିଆର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଆବୁ ସଲେମର ନାଁକୁ ନେଇ ଏକଦା ପୁରା ମୁମ୍ବାଇ ଥରୁଥିଲା । କିନ୍ତୁ ଏବେ ସଲେମ ନିଜେ ନିଜ ଜୀବନକୁ ନେଇ ଭୟଭୀତ ରହିଛି । ୧୯୯୩ ମୁମ୍ବାଇ ବମ୍ ବ୍ଲାଷ୍ଟ କେସ୍‌ରେ ଦୋଷୀ ସାବ୍ୟସ୍ତ ହେବା ପରେ ଆବୁ ସଲେମ୍ ତଲୋଜା ଜେଲ୍‌ରେ ବନ୍ଦ ହୋଇ ରହିଛି । ସେ ନିଜ ଜୀବନ ପ୍ରତି ବିପଦ ରହିଥିବା ଦର୍ଶାଇ କୋର୍ଟଙ୍କୁ ଆବେଦନ କରିଛନ୍ତି କି ତାଙ୍କୁ ତଲୋଜା ଜେଲ୍‌ରୁ ଅନ୍ୟ କୌଣସି ଜେଲ୍‌କୁ ସିଫ୍ଟ କରା ନ ଯିବା ଲାଗି ଜେଲ୍ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଉ ।

ଆବୁ ସଲେମ ପ୍ରତ୍ୟର୍ପଣ ସନ୍ଧି ଜରିଆରେ ୧୯ ବର୍ଷ ତଳେ ତାଙ୍କୁ ପର୍ତ୍ତୁଗାଲରୁ ଭାରତ ଅଣାଯାଇଥିଲା । ଏହି ସନ୍ଧିରେ ଏକ ସର୍ତ୍ତ ଥିଲା ସଲେମକୁ ମୃତ୍ୟୁଦଣ୍ଡ ଦିଆଯିବନି । କିନ୍ତୁ ଏବେ ସଲେମ କୋର୍ଟରେ ଦାୟର କରିଥଇବା ଯାଚିକାରେ କହିଛି, ଜେଲ୍‌ରୁ ତା’ର ମୁକୁଳିବାର ଦିନ ପାଖେଇ ଆସୁଛି ଓ ତାକୁ ଅନ୍ୟ ଏକ ଜେଲ୍‌କୁ ଟ୍ରାନ୍ସଫର କରି ମାରିବାର ଷଡଯନ୍ତ୍ର କରାଯାଉଛି । ଏହି ଯାଚିକାରେ ସଲେମ ତା’ ଉପରେ ହୋଇଥିବା ପୂର୍ବ ୨ ମରଣାନ୍ତକ ଆକ୍ରମଣ ବିଷୟରେ ଉଲ୍ଲେଖ କରିଛି । ସଲେମ କହିଛି ତା’ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିବା ଗ୍ୟାଙ୍ଗଷ୍ଟର ମୁସ୍ତଫା ଦୋସାର ଏବେ ମୃତ୍ୟୁ ହୋଇଯାଇଛି କିନ୍ତୁ ତା’ର ସାଥୀ ଓ ଛୋଟା ରାଜନ ଗ୍ୟାଙ୍ଗର ସଦସ୍ୟ ଏବେ ସେଣ୍ଟ୍ରାଲ ଜେଲ୍‌, ଔରଙ୍ଗାବାଦ ସେଣ୍ଟ୍ରାଲ ଜେଲ୍‌, ଅମରାବତୀ ଜେଲ୍‌, କୋହ୍ଲାପୁର ସେଣ୍ଟ୍ରାଲ ଜେଲ୍ ପରି ବିଭିନ୍ନ ଜେଲ୍‌ରେ ବନ୍ଦ ଅଛନ୍ତି ।ସେମାନେ ଜେଲ୍ ଅଧିକାରୀଙ୍କୁ ଲାଞ୍ଚ ଦେଇ ତା ଉପରେ ଆକ୍ରମଣ କରିପାରନ୍ତି ବୋଲି ସେ ଆଶଙ୍କା କରିଛି ।

Get real time updates directly on you device, subscribe now.