fbpx

(Video): ସାଧାରଣ ଲୋକଙ୍କ ପରି ମତଦାନ ପାଇଁ ଧାଡ଼ିରେ ଛିଡ଼ା ହେଲେ ଅନିଲ ଅମ୍ବାନୀ, ଭିଡିଓ ଭାଇରାଲ

ମୁମ୍ବାଇ: ଆଜି ଦେଶରେ ୫ମ ପର୍ଯ୍ୟାୟ ମତଦାନ । ଏହି କ୍ରମରେ ମୁମ୍ବାଇରେ ମଧ୍ୟ ୬ଟି ଲୋକସଭା ଆସନ ପାଇଁ ଜାରି ରହିଛି ଭୋଟିଂ । ସାଧାରଣ ଲୋକଙ୍କ ସହ ଅନେକ ବଲିଉଡ ସେଲିବ୍ରିଟିମାନେ ମଧ୍ୟ ନିଜ ଭୋଟ୍ ସାବ୍ୟସ୍ତ କରିଛନ୍ତି । ବଲିଉଡର ଖିଲାଡ଼ି କୁମାର ଅଭିନେତା ଅକ୍ଷୟ କୁମାର ଅଭିନେତା ଫରହାନ ଅଖତର, ଜୋୟା ଅଖତର, ରେଖା, ତବୁ, ଜାହ୍ନବୀ କପୁର ଏବଂ ଅନ୍ୟ ବ୍ୟକ୍ତି ବିଶେଷଙ୍କୁ ମତଦାନ କେନ୍ଦ୍ରରେ ସ୍ପଟ୍ କରାଯାଇଥିଲା । ଏହି କ୍ରମରେ ବିଶିଷ୍ଟ ଶିଳ୍ପପତି ଅନିଲ ଅମ୍ବାନୀଙ୍କୁ ମଧ୍ୟ ମତଦାନ କେନ୍ଦ୍ରରେ ଦେଖିବାକୁ ମିଳିଥିଲା । ସାଧାରଣ ଲୋକଙ୍କ ପରି ସେ ମଧ୍ୟ ଧାଡ଼ିରେ ଛିଡ଼ା ହୋଇଥିବାର ନଜର ଆସିଥିଲେ । ଏନେଇ ଏଏନଆଇ ‘ଏକ୍ସ’ରେ ଏକ ଭିଡିଓ ଶେୟାର କରିଛି ।

Get real time updates directly on you device, subscribe now.