fbpx

ବିରିୟାନୀ ଖାଇ ଜଣେ ମହିଳାଙ୍କର ମୃତ୍ୟୁ: ୧୭୮ ଜଣ ଲୋକ ହସ୍ପିଟାଲରେ ଭର୍ତ୍ତି, ରେଷ୍ଟୁରାଣ୍ଟ ସିଲ୍

ନୂଆଦିଲ୍ଲୀ: କେରଳର ତ୍ରିଶୁରରୁ ଆସିଛି ଏକ ବଡ଼ ଖବର । ବିରିୟାନୀ ଖାଇବା ପରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ଏଥିସହିତ ପାଖାପାଖି ୧୭୮ ଜଣ ଲୋକ ବୀମାରଗସ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଫୁଡ ପଏଜନିଂ କାରଣରୁ ଏଭଳି ସ୍ଥିତି ହୋଇଥିବା କୁହାଯାଉଛି । ମୃତ୍ୟୁବରଣ କରିଥିବା ମହିଳାଙ୍କର ବୟସ ୫୦ ବର୍ଷ ବୋଲି ଜଣାପଡ଼ିଛି । ମହିଳା ଜଣଙ୍କ ଗତ ଶନିବାର ଦିନ ଏକ ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଇଥିଲେ । ତା’ପରେ ଫୁଡ୍ ପଏଜନିଂ କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା ।

ପୋଲିସକୁ ଏ ବାବଦରେ ସୂଚନା ମିଳିବା ପରେ ଉକ୍ତ ରେଣ୍ଟୁରାଣ୍ଟକୁ ସିଲ୍ କରି ଦିଆଯାଇଛି । କୁଝିମନ୍ଥି ନାମକ ଏକ ବ୍ୟଞ୍ଜନ ସହିତ ମିୟୋନୀଜର ସେବନ କରିବା ଫଳରେ ଖାଦ୍ୟ ବିଷାକ୍ତ ହୋଇଯାଇଥିବା କୁହାଯାଉଛି । ବିରିୟାନୀ ସହିତ ଅନ୍ୟ ସାମଗ୍ରୀକୁ ଖାଇବା କାରଣରୁ ୧୭୮ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ତେଣୁ ସେମାନଙ୍କୁ ସଙ୍ଗେସଙ୍ଗେ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ସେମାନଙ୍କର ଚିକିତ୍ସା ଜାରି ରହିଛି । ଏହି ଘଟଣା ପରେ ଉକ୍ତ ରେଷ୍ଟୁରାଣ୍ଟକୁ ପୋଲିସ ତୁରନ୍ତ ସିଲ୍ କରିଦେଇଥିଲା ।

Get real time updates directly on you device, subscribe now.