fbpx

ମେ’ ୩୧ରୁ ଗାଏବ ହୋଇଯିବେ ମୋଦୀ? ୪୮ ଘଣ୍ଟା ପର୍ଯ୍ୟନ୍ତ ଏହି ଜାଗାରେ ରହିବେ ପ୍ରଧାନମନ୍ତ୍ରୀ

ଦେଶରେ ଏବେ ନିର୍ବାଚନ ଯୁଦ୍ଧ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ଗାଁଠୁ ସହର ଶେଷ ପର୍ଯ୍ୟାୟରେ ନିଜର ସମସ୍ତ ଶକ୍ତି-ସାମର୍ଥ୍ୟ ଲଗାଇ ବିଜୟ ହାସଲ କରିବା ପାଇଁ ପ୍ରୟାସ ଜାରି ରଖିଛି । ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଓଡ଼ିଶାରେ ବିଜେପି ସରକାର ଗଠନ କରିବା ପାଇଁ ମୋଦୀ ଭରପୂର ପ୍ରୟାସ ଜାରି ରଖିଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀଙ୍କୁ ନେଇ ଏବେ ଏକ ବଡ଼ ଖବର ସାମନାକୁ ଆସିଛି । ଆସନ୍ତା ମେ’ ୩୧ ତାରିଖ ପରେ ୪୮ ଘଣ୍ଟା ପାଇଁ ଗାଏବ ହୋଇଯିବେ ପ୍ରଧାନମନ୍ତ୍ରୀ ମୋଦୀ । ତେବେ ମୋଦୀ କାହିଁକି ଏଭଳି ନିଷ୍ପତ୍ତି ନେଇଛନ୍ତି ଆସନ୍ତୁ ଜାଣିବା…

ମୋଦୀ ଏମିତି ନିଷ୍ପତ୍ତି ନେଇଛନ୍ତି ଯେଉଁଥି ପାଇଁ ତାଙ୍କୁ କିଏ ୪୮ଘଣ୍ଟା ଦେଖି ପାରିବେନି । ମେ’ ୩୧ ତାରିଖ ପରେ ମୋଦୀ କୁଆଡେ ଯିବେ ବୋଲି ଚର୍ଚ୍ଚା ବଢିଲାଣି । ଏବେ ଘନ ଘନ ଓଡିଶା ଆସୁଛନ୍ତି । ପ୍ରଚାର ପ୍ରସାର କରୁଛନ୍ତି । ତାଙ୍କ ଲୋକପ୍ରିୟତା ବି ବଢିଛି । ନିର୍ବାଚନ ପୂର୍ବରୁ ଏଭଳି ଖବର ସମସ୍ତଙ୍କ ହୋସ ଉଡାଇ ଦେଇଛି । ତେବେ ପୁରା ଘଟଣାଟି ହେଉଛି ପ୍ରଧାନମନ୍ତ୍ରୀ ମୋଦି ଧ୍ୟାନରେ ବସିବେ । ଗୋଟିଏ ପଟେ ଦେଶରେ ଚାଲିଥିବା ସାଧାରଣ ନିର୍ବାଚନ ଏବେ ଶେଷ ପର୍ଯ୍ୟାୟରେ । ମେ ୩୦ରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହେବାକୁ ଯାଉଛି । ପ୍ରଚାର ଶେଷ ହେବା ପରେ ମୋଦି ୪୮ ଘଣ୍ଟା ପାଇଁ ଧ୍ୟାନରେ ବସିବେ ବୋଲି ସୂଚନା ମିଳିଛି ।

ତାମିଲନାଡୁର କନ୍ୟାକୁମାରୀରେ ଠାରେ ଥିବା ସ୍ୱାମୀ ବିବେକାନନ୍ଦ ସ୍ମାରକୀରେ ସେ ୪୮ଘଣ୍ଟା ଯାଏଁ ଧ୍ୟାନ କରିବେ । ବିବେକାନନ୍ଦ ରକ ସ୍ମାରକୀଟି ସମୁଦ୍ର ଭିତରେ ରହିଛି । ତେଣୁ ମୋଦି ସମୁଦ୍ର ଭିତରକୁ ଯାଇ ଧ୍ୟାନ କରିବେ । ଯେଉଠି ବିବେକାନନ୍ଦ ୩ ଦିନ ଧରି ଧ୍ୟାନରେ ବସିଥିଲେ ସେହି ସ୍ଥାନରେ ହିଁ ମୋୀ ଧ୍ୟାନ କରିବେ । ମେ’ ୩୧ ତାରିଖ ସଂଧ୍ୟାରୁ ଜୁନ ୧ ତାରିଖ ସଂଧ୍ୟା ଯାଏ ମୋଦି ଧ୍ୟାନ କରିବେ । ସୂଚନା ଅନୁସାରେ, ମୋଦି ଗୁରୁବାର ଅର୍ଥାତ ୩୦ ତାରିଖ ସଂଧ୍ୟାରେ କନ୍ୟାକୁମାରୀରେ ପହଞ୍ଚିବେ । ଉପକୂଳ ଠାରୁ ୫୦୦ ମିଟର ସମୁଦ୍ର ଭିତରେ ଥିବା ସ୍ମାରକୀରେ ମୋଦୀ ଧ୍ୟାନରେ ବସିବେ । ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ସେ ମେ’ ୩୧ ସଂଧ୍ୟାରୁ ଧ୍ୟାନ ଆରମ୍ଭ କରିବେ । ଜୁନ ୧ରେ ସଂଧ୍ୟାରେ ସେ ଧ୍ୟାନରୁ ଉଠି ସିଧା ଦିଲ୍ଲୀ ଆସିବେ ।

୨୦୧୯ ଲୋକସଭା ନିର୍ବାଚନର ଠିକ ଶେଷ ପର୍ଯ୍ୟାୟରେ ମୋଦି କେଦାରନାଥ ଗସ୍ତ କରିଥିଲେ । ସେଠାରେ ଥିବା ଗୋଟିଏ ଗୁମ୍ଫାରେ ସେ ଧ୍ୟାନରେ ବସିଥିଲେ । ୨୦୧୯ ମେ’ ୧୮ ତାରିଖରେ ମୋଦି ଉତ୍ତରାଖଣ୍ଡର ରୁଦ୍ର ଗୁମ୍ଫାରେ ୧୭ ଘଣ୍ଟା ଧରି ଧ୍ୟାନ କରିଥିଲେ । ୧୯ ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ହୋଇଥିଲା ଓ ମେ’ ୨୩ରେ ରେଜଲ୍ଟ ପ୍ରକାଶ ପାଇଥିଲା । ସେହିପରି ୨୦୧୪ରେ ସେ ଶିବାଜୀଙ୍କ ପ୍ରତାଗଡ଼ ଗସ୍ତ କରିଥିଲେ ।

Get real time updates directly on you device, subscribe now.