fbpx

୫୦ ଡିଗ୍ରୀ ତାତି ମଧ୍ୟରେ ଆସିଲା ଗୁଡ୍ ନ୍ୟୁଜ୍‌, ପାଣିପାଗ ବିଭାଗ କହିଲା ମାତ୍ର ଏତିକି ସମୟ ଭିତରେ ଆସୁଛି ମୌସୁମୀ

ନୂଆଦିଲ୍ଲୀ: ଦିଲ୍ଲୀ, ଉତ୍ତରପ୍ରଦେଶ, ରାଜସ୍ଥାନ ଓ ବିହାର ସହିତ ଦେଶର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ତାତି ଅନୁଭୂତ ହେଉଛି । କିଛି ସହରରେ ତାପମାତ୍ରା ୫୦ ଡିଗ୍ରୀ ସେଲସିୟସ ପହଞ୍ଚିଛି । କିନ୍ତୁ ଏହାରି ମଧ୍ୟରେ ଏକ ଖୁସି ଖବର ଆସିଛି । ପାଣିପାଗ ବିଭାଗ କହିଛି କି ଆଗାମୀ ୨୪ ଘଣ୍ଟା ମଧ୍ୟରେ କେରଳ ଉପକୂଳ ଛୁଇଁବ ମୌସୁମୀ ବାୟୁ । ଫଳରେ ଆଗାମୀ କିଛି ଦିନରେ ଦକ୍ଷିଣ ଭାରତର କିଛି ରାଜ୍ୟକୁ ଆଶ୍ୱସ୍ତି ମିଳିବ ଓ କିଛି ସପ୍ତାହ ଭିତରେ ମଧ୍ୟ ଓ ଉତ୍ତର ଭାରତ ଗରମରୁ ଆଶ୍ୱସ୍ତି ପାଇବ । ବୁଧବାର ଜାରି ସୂଚନାରେ ପାଣିପାଗ ବିଭାଗ କହିଛି କେରଳ ଆଡକୁ ମୌସୁମୀ ଅଗ୍ରସର ହେଉଛି ଯାହା ଏବେ ମାଳଦ୍ୱୀପ ପାଖରେ ରହିଛି । କେରଳ ପରେ ଏହା ଉତ୍ତର-ପୂର୍ବ ରାଜ୍ୟକୁ ଗତି କରିବ ।

ଏହା ବ୍ୟତିତ ପାଣିପାଗ ବିଭାଗ ଭୀଷଣ ଲୁ ପ୍ରବାହ ସହ ଯୁଝୁଥିବା ମଧ୍ୟ ଓ ଉତ୍ତର ଭାରତ ରାଜ୍ୟ ଲାଗି ମଧ୍ୟ ଖୁସି ଖବର ଦେଇଛନ୍ତି । ବିଭାଗ କହିଛି ମେ’ ୩୦ ବେଳକୁ ଲୁ’ର ପ୍ରଭାବ ହ୍ରାସ ପାଇବ । ପାଣିପାଗ ବିଭାଗ ଅନୁସାରେ ଆଗାମୀ ଏକ ସପ୍ତାହ ମଧ୍ୟରେ ପୂର୍ବୋତ୍ତର ରାଜ୍ୟରେ ଭଲ ବର୍ଷା ହେବ । ଅନୁମାନ କରାଯାଇଛି କି ମେ’ ୩୧ରୁ ୨ ଜୁନ୍ ମଧ୍ୟରେ ପଶ୍ଚିମବଙ୍ଗ, ଝାରଖଣ୍ଡ, ବିହାର ବ୍ୟତିତ ଓଡ଼ିଶାରେ ବର୍ଷା ହେବ । ଏହି ସମସ୍ତ ରାଜ୍ୟରେ କିଛି ସ୍ଥାନରେ କାଳ ବୈଶାଖୀ ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.