fbpx

ସରକାରଙ୍କ ନୂଆ ନିୟମ: ଖରାଦିନେ ଜଳ ନଷ୍ଟ କଲେ କଟିବ ୨ ହଜାର ଟଙ୍କାର ଚାଲାଣ, ଲୋକଙ୍କ ଉପରେ ନଜର ରଖିବ ଟିମ୍

ନୂଆଦିଲ୍ଲୀ: ସାରା ଦେଶରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଦିଲ୍ଲୀର ମୁଙ୍ଗେଶପୁରରେ ତାପମାତ୍ରା ୫୨.୩ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ତେବେ ଅସହ୍ୟ ତାତି ସମୟରେ ଜଳ ଏକ ନିହାତି ଜରୁରୀ ସାମଗ୍ରୀ । ଅନେକ ଲୋକ ଏଭଳି ସମୟରେ ନିର୍ମାଣ କାର୍ଯ୍ୟ, ବ୍ୟବସାୟିକ କାମରେ ଜଳକୁ ବ୍ୟବହାର କରିଥାନ୍ତି । ତେଣୁ ଜଳ ନଷ୍ଟକୁ ରୋକିବା ପାଇଁ ଏକ ନୂଆ ନିୟମ ଲାଗୁ କରାଯାଇଛି । ଯେଉଁ ଲୋକମାନେ ଖରାଦିନେ ପାଣି ନଷ୍ଟ କରିବେ ଧରାପଡ଼ିଲେ ସେମାନଙ୍କ ଠାରୁ ୨ ହଜାର ଟଙ୍କାର ଚାଲାଣ କଣାଯିବ । ଏଥିସହିତ ଲୋକଙ୍କ ଉପରେ ଏକ ଟିମ୍ ନଜର ରଖିବ ।

ସୂଚନା ମୁତାବକ, ଜଳ ଅପଚୟକୁ ରୋକିବା ପାଇଁ ଦିଲ୍ଲୀ ଜଳ ମନ୍ତ୍ରୀ ଆତିଶୀ ଜଳ ବୋର୍ଡର ସିଇଓଙ୍କୁ ଏନେଇ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଜଳ ଅପଚୟ କରୁଥିବା ସମୟରେ ଧରାପଡ଼ିଲେ ୨ ହଜାର ଟଙ୍କାର ଜରିମାନା କଟାଯିବ ବୋଲି କୁହାଯାଇଛି । ଜଳ ଅପଚୟକୁ ରୋକିବା ପାଇଁ ଦିଲ୍ଲୀ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ବିନା କାରଣରେ ପାଣି ବର୍ବାଦ କରୁଥିବା ଲୋକଙ୍କ ଉପରେ ସକାଳ ଠାରୁ ଏକ ଟିମ୍ ନଜର ରଖିବ । ପାଣି ଟାଙ୍କିରେ ଓଭରଫ୍ଲୋ ଉପରେ ନଜର ରଖାଯିବ ପାଣିରେ କାର ଧୋଇବା, ନିର୍ମାଣ ତଥା ବ୍ୟବସାୟିକ କାର୍ଯ୍ୟରେ ଉପଯୋଗ କରିବା ଉପରେ ମଧ୍ୟ ନଜର ରଖାଯିବ । ଦିଲ୍ଲୀର ଏଭଳି ସ୍ଥିତି ସ୍ଥାନ ରହିଛି ଯେଉଁଠାକୁ ଟାଙ୍କି ଜରିଆରେ ପାଣି ପହଞ୍ଚା ଯାଉଛି । ତେଣୁ ଭୀଷଣ ଗରମ ସମୟରେ ପାଣିର ଅଭାବକୁ ଦୂର କରିବା ପାଇଁ ସରକାରଙ୍କ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.