fbpx

ନିଲମ୍ବିତ ହେଲେ ନିଆଳି ନିର୍ବାଚନ ମଣ୍ଡଳୀରେ ୭୫ନଂ ବୁଥ୍‌ରେ ନିୟୋଜିତ ପ୍ରିଜାଇଡିଂ ଅଫିସର, ଜାଣନ୍ତୁ କାହିଁକି

କଟକ : ଦେଶ ତଥା ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ ଜାରି ରହିଛି । ଏହାରି ମଧ୍ୟରେ କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀରେ ୭୫ନଂ ବୁଥ୍‌ରେ ନିୟୋଜିତ ପ୍ରିଜାଇଡିଂ ଅଧିକାରୀ ନିଲମ୍ବିତ ହୋଇଛନ୍ତି।

କଟକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଅରିନ୍ଦମ ଡାକୁଆ ପ୍ରିଜାଇଡିଂ ଅଫିସର ଭାବେ ନିୟୋଜିତ ଥିବା କଟକର ହରେକୃଷ୍ଣ ମହତାବ ଆଦର୍ଶ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟାପକ ଲକ୍ଷ୍ମୀ ନାରାୟଣ ଦାଶଙ୍କୁ ନିଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ କାର୍ଯ୍ୟରେ ଅବହେଳା କରିଥିବାରୁ ତାଙ୍କୁ ନିଲମ୍ବିତ କରାଯାଇଛି ।

ଆଜି ଓଡ଼ିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଯାଇଛି । ଦେଶର ସପ୍ତମ ତଥା ଓଡ଼ିଶାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର ୬ଟି ଆସନ ପାଇଁ ମତଦାନ ହେଉଥିବା ବେଳେ ୪୨ଟି ବିଧାନସଭା ଆସନ ପାଇଁ ଚାଲିଛି ଫାଇଟ୍ । ‘ନିର୍ବାଚନର କ୍ଲାଇମାକ୍ସ’ରେ ମୋଟ ୪୬୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଏବଂ ଭବିଷ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ୨୦୨୪ ରାଜନୀତି ଲଢେଇର ଅନ୍ତିମ ପର୍ଯ୍ୟାୟରେ ୬୬ ଜଣ ଲୋକସଭା ପ୍ରାର୍ଥୀ ଏବଂ ୩୯୪ ଜଣ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟର ନିଜ ମତଦାନ କରୁଛନ୍ତି ।

Get real time updates directly on you device, subscribe now.