fbpx

ଅନ୍ତରୀଣ ଜାମିନକୁ ନେଇ କେଜରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି, ଜୁନ୍ ୫ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପୁଣି ଲାଗିଲା ବଡ଼ ଝଟକା । ଅବକାରୀ ନୀତି ମାମଲାରେ କେଜରିୱାଲଙ୍କୁ କୋର୍ଟରୁ ମିଳିଲାନି ଆଶ୍ୱସ୍ତି । ଶନିବାର ଅନ୍ତରୀଣ ଜାମିନକୁ ନେଇ ଏକ ଆବେଦନ ଉପରେ ଦିଲ୍ଲୀ କୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି । ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁନ୍ ୫ରେ ହେବ । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଅନ୍ତରୀଣ ଜାମିନର ଅବଧି ସପ୍ତାହେ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କୋର୍ଟଙ୍କୁ ଅପିଲ କରିଥିଲେ କେଜରିୱାଲ । ତେବେ କାଲି ଅର୍ଥାତ ଜୁନ୍ ୨ରେ କେଜରିୱାଲ କୋର୍ଟରେ ଆତ୍ମସମର୍ପଣ କରିବେ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.