fbpx

ତୃତୀୟ ଥର ପୁଣି ନରେନ୍ଦ୍ର ମୋଦୀ ସରକାର: I.N.D.I.A ଗଠବନ୍ଧନକୁ ମିଳିବ ୧୫୪ ଟି ଆସନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ଏକଜିଟ୍ ପୋଲର ଫଳାଫଳ ବାହାରିଛି । ରିପବ୍ଲିକ୍ ମାଟ୍ରିଜ୍ ଏକ୍ଜିଟ୍ ପୋଲ୍ ଦ୍ୱାରା କରାଯାଇଥିବା ଲୋକସଭା ଏକ୍ଜିଟ୍ ପୋଲର ଫଳାଫଳ କହୁଛି ଯେ ନରେନ୍ଦ୍ର ମୋଦୀ ସରକାର ପୁଣି ଗଠନ ହେବାକୁ ଯାଉଛନ୍ତି । ଏହାର ପୂର୍ବାନୁମାନ ଅନୁଯାୟୀ ନିର୍ବାଚନରେ ଏନଡିଏ ୩୫୯ ଟି ଆସନ, ଇଣ୍ଡିଆ ଗଠବନ୍ଧନ ୧୫୪ ଜିତିବାକୁ ଥିବାବେଳେ ଅନ୍ୟ ୩୦ ଟି ଆସନରେ ଜିତିବାକୁ ଯାଉଛି ।

ଏଥି ସହିତ ରିପବ୍ଲିକ୍ ମ୍ୟାଟ୍ରିଜ୍ ଏକ୍୍ଜିଟ୍ ପୋଲ୍ ଆକଳନ କରିଛି ଯେ ଏନଡିଏ ୩୫୩ ରୁ ୩୬୮ ଭୋଟ୍ ପାଇବ । ଏହା ସହ ଇଣ୍ଡିଆ ଗଠବନ୍ଧନ ୧୧୮-୧୩୩ ସିଟ୍ ପାଇପାରେ, ଅନ୍ୟମାନେ ୪୩-୪୮ ସିଟ୍ ପାଇପାରନ୍ତି । ଏହି ପରି ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶରେ ପୁଣି ଥରେ ସରକାର ଗଠନ ହେବ ବୋଲି ଏକଜିଟ୍ ପୋଲର ଫଳାଫଳ କହିଛି । ତେବେ ଏନଜିଟିର ୪୦୦ ଅତିକ୍ରମ କରିବାର ଦାବି ଏହି ଏକଜିଟ୍ ପୋଲରେ ପୂରଣ ହୋଇଥିବା ପରି ମନେ ହେଉନାହିଁ ।

ଆକଳନ ଅନୁଯାୟୀ ଉତ୍ତରପ୍ରଦେଶରେ ଏନଡିଏ ମିଳିତ ମଞ୍ଚ ୬୯ ରୁ ୭୪ ଟି ଆସନ ପାଇପାରେ, କିନ୍ତୁ ଇଣ୍ଡିଆ ଗଠବନ୍ଧନକୁ ୬ ରୁ ୧୧ ଟି ସିଟ୍ ମିଳିବ ବୋଲି ଆଶା କରାଯାଉଛି । ଏଥି ସହିତ ପଶ୍ଚିମବଙ୍ଗରେ ମଧ୍ୟ ବିଜେପି ପାଇଁ ଏକ ଖୁସି ଖବର ଅଛି । ଏଠାରେ ଏନଡିଏକୁ ୨୧ ରୁ ୨୫ ଟି ଆସନ ମିଳିବ, ଇଣ୍ଡିଆ ଗଠବନ୍ଧନକୁ କେବଳ ଗୋଟିଏ ଓ ମମତା ବାନାର୍ଜୀ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସକୁ ୧୬ ରୁ ୨୦ ଟି ଆସନ ମିଳିବ ବୋଲି ଆକଳନ କରାଯାଇଛି ।

ଚ୍ୟାନେଲର ଏକଜିଟ୍ ପୋଲରେ କୁହାଯାଇଛି ଯେ ଏଥର ୭୨ ପ୍ରତିଶତ ମୁସଲମାନ ଭୋଟର ଲୋକସଭା ନିର୍ବାଚନରେ କଂଗ୍ରେସକୁ ଭୋଟ୍ ଦେଇଛନ୍ତି ।

ଚାଲିଥିବା ଏକଜିଟ୍ ପୋଲର ମୁଖ୍ୟ ଧ୍ୟାନ ଥିଲା କିଏ ବିଜେତା ହେବ, ଶାସକ ବିଜେପି ନେତୃତ୍ୱାଧୀନ ଏନଡିଏ କିମ୍ବା ଇଣ୍ଡିଆ ଗଠବନ୍ଧନ ।
ପିଏମଏଆରକ୍ୟୁ ଏକଜିଟ୍ ପୋଲ୍ ଆକଳନ :-
ଏନଡିଏ: ୩୫୯
ଇଣ୍ଡିଆ: ୧୫୪
ଅନ୍ୟ: ୩୦

ରିପବ୍ଲିକ୍ ମ୍ୟାଟ୍ରିଜ୍ ଏକଜିଟ୍ ପୋଲ୍ ଆକଳନ :-
ଏନଡିଏ: ୩୫୩-୩୬୮
ଇଣ୍ଡିଆ: ୧୧୮-୧୩୩
ଅନ୍ୟ: ୪୩-୪୮

Get real time updates directly on you device, subscribe now.