ଗାଡିରେ ଈଶ୍ୱରଙ୍କ ନାମ ଲେଖି ସମସ୍ୟାକୁ ଆମନ୍ତ୍ରଣ ଦେଉନାହାନ୍ତି ତ ଆପଣ? ଜାଣନ୍ତୁ ଏହା ଶୁଭ କି ଅଶୁଭ

 ଓଡ଼ିଶା ଭାସ୍କର: ଆମେ ଅଧିକାଂଶ ଲୋକଙ୍କ ଗାଡିରେ କୌଣସି ନାମ କିମ୍ବା ଷ୍ଟିକର ଲଗାଯାଇଥିବାର ଦେଖିଥାଉ । କିଛି ଲୋକ ନିଜ ଜାତି କିମ୍ବା ପିଲାଙ୍କ ନାମ ଗାଡିରେ ଲେଖାଇଥାନ୍ତି । ସେହିପରି କିଛି ଲୋକ ଗାଡିରେ ଭଗବାନଙ୍କ ନାମର ଷ୍ଟିକର ଲଗାଇଥାନ୍ତି । ଆଉ କିଛି ଭଗବାନଙ୍କ ଫଟୋ ବି ଲଗାଇଥାନ୍ତି ।
ତେବେ ଗାଡିରେ ଭଗବାନଙ୍କ ନାମ ଲେଖିବା କେତେଦୂର ଠିକ୍‌? ଜ୍ୟୋତିଷ କିମ୍ବା ପଣ୍ଡିତଙ୍କ ମତରେ ଏପରି କରିବା ଅନୁଚିତ । ନିଜ ଗାଡି ଉପରେ ନା ଭଗବାନଙ୍କ କୌଣସି ଚିତ୍ର ଆଙ୍କିବା ଉଚିତ ନା ଭଗବାନଙ୍କ ନାମ ଲେଖିବା ଉଚିତ । ଏପରି କରିବା ଦ୍ୱାରା ଆପଣ ପାପରେ ଭାଗିଦାର ହେବେ ।

ଆମେ ଭାବିଥାଉ କି ଗାଡିରେ ଭଗବାନଙ୍କ ନାମ ଲେଖିବା ଦ୍ୱାରା ଆମ ଉପରେ ଭଗବାନଙ୍କ କରୁଣା ବଜାୟ ରହିବ । କିନ୍ତୁ ଏପରି କରିବା ଅନୁଚିତ । ଯେତେବେଳେ ଆମେ ଗାଡିକୁ ଧୋଇଥାଉ ସେତେବେଳେ ଭଗବାନଙ୍କ ନାମ ଉପରେ ବି ପାଣି ପଡିଥାଏ ଓ ସେହି ପାଣି ଭୂମିରେ ପଡିଥାଏ ଯାହା ଆମ ପାଦ ତଳେ ଆସିଥାଏ । ଏହି ପ୍ରକାରରେ ଆମେ ଅଜାଣତରେ ଭଗବାନଙ୍କ ଅପମାନ କରିଥାଏ ।

ଯେତେବେଳେ ଆମେ ଗାଡିରେ ଭଗବାନଙ୍କ ଚିତ୍ର ଲଗାଇଥାଉ ସେତେବେଳେ ତାହା ଉପରେ ଧୂଳି ମାଟି ଜମି ଯାଇଥାଏ । ଏହା ଜମା ଠିକ୍ ନୁହେଁ । କାରଣ ଭଗବାନଙ୍କ ଚିତ୍ରକୁ ସର୍ବଦା ପରିଷ୍କାର ରଖିବା ଉଚିତ । ଏହା ବ୍ୟତିତ ଆମେ ଗାଡି ପୋଛା କପଡାରେ ବି ଭଗବାନଙ୍କ ଚିତ୍ରକୁ ସଫା କରିବା ଅନୁଚିତ ।

ଏପରି କରିବା ଦ୍ୱାରା ଆପଣଙ୍କୁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । କାରଣ ଏପରି କରିବା ଦ୍ୱାରା ଈଶ୍ୱର ନାରାଜ ହୋଇପାରନ୍ତି ଓ ଆପଣଙ୍କୁ ଏହାର ପରିଣାମ ଭୋଗିବାକୁ ପଡିପାରେ ।

Get real time updates directly on you device, subscribe now.