fbpx

ଆଜିଠାରୁ ଆରମ୍ଭ ହେଲା +୩ ପାଠ୍ୟକ୍ରମ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର: ଆଜିଠାରୁ +୩ ରେ ଅନଲାଇନ ମାଧ୍ୟମରେ ନାମଲେଖା ଆରମ୍ଭ ହୋଇଯାଇଛି । ସାମ୍‌ସ ୱେବସାଇଟ www.samsodisha.gov.inରେ ଜୁନ ୧୭ ତାରିଖ ପର୍ଯ୍ୟନ୍ତ ଅନଲାଇନ ଫର୍ମ ଜରିଆରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ପୋର୍ଟାଲ ଆବେଦନର ସମୟ ସୀମା ରାତି ୧୧ଟା ୪୫ ମିନିଟ ପର୍ଯ୍ୟନ୍ତ ରହିଛି ।

ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ ଡିଗ୍ରୀ କଲେଜ ସହିତ ସଂସ୍କୃତ କଲେଜର ସ୍ନାତନ ପାଠ୍ୟକ୍ରମରେ ଓ ସେଲ୍ଫ ଫାଇନାସରେ ନାମଲେଖା ପାଇଁ ଅପରାହ୍ନା ୪ଟାରୁ ଅନଲାଇନ ଫର୍ମ ପୁରଣ କରିପାରିବେ । ଆବଦନ ସମୟରେ କୌଣସି ତୃଟି ରହିଥିଲେ ଏହା ଜୁନ୍ ୧୮ ତାରିଖରେ ସଂଶୋଧନ କରାଯାଇପାରିବ । ସେହିପରି ଜୁନ ୨୫ରେ ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ ପାଇବ । ଏଥିସହ ୨୬ରୁ ୨୯ତାରିଖ ମଧ୍ୟରେ ନାମଲେଖା ଅନୁଷ୍ଠିତ ହେବ । ଜୁଲାଇ ୫ରେ ଏହାର ଦ୍ୱିତୀୟ ପର୍ଯ୍ୟାୟ ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ୬ରୁ ୯ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ । ଏହାର ଶେଷ ପର୍ଯ୍ୟାୟ ତାଲିକା ଜୁଲାଇ ୧୫ରେ ପ୍ରକାଶିତ ହେବା ନେଇ ସୂଚନା ରହିଛି ।

Get real time updates directly on you device, subscribe now.