fbpx

ନିଜ ମାଆଙ୍କୁ ମନେପକାଇ ଭାବବିହ୍ୱଳ ହେଲେ ପିଏମ ମୋଦୀ, କହିଲେ ଦେଶର ମାଆ-ଭଉଣୀମାନେ..

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ଫଳାଫଳ ପ୍ରକାଶ ପାଇବା ପରେ ଏନଡିଏ ମେଣ୍ଟକୁ ବହୁମତ ମିଳିଛି । ଇଣ୍ଡିଆ ମେଣ୍ଟକୁ ମଧ୍ୟ ଭଲ ବହୁମତ ମିଳିଥିବା ଦେଖିବାକୁ ମିଳିଛି । ଏହି ନିର୍ବାଚନରେ ବିଜେପି ସବୁଠାରୁ ଆଗୁଆ । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ମୁଖ୍ୟାଳୟ ପହଞ୍ଚିଥିଲେ ଏବଂ କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ବୋଧିତ କରିଥିଲେ ।

ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆଜି ବଡ଼ ମଙ୍ଗଳ ଦିନ ଏବଂ ଏହି ପବିତ୍ର ଦିନ ଏନଡିଏର ତୃତୀୟ ଥର ସରକାର ଗଠନ ହେବ ବୋଲି ଧାର୍ଯ୍ୟ ହୋଇଛି । ଏଥିପାଇଁ ସବୁ ଲୋକଙ୍କ ପାଖେ ମୁଁ କୃତଜ୍ଞତା ଜଣାଉଛି । ଏହା ୧୪୦ କୋଟି ଭାରତୀୟଙ୍କ ବିଜୟ । ତେବେ ନିଜ ମାଆଙ୍କୁ ସେ ମନେପକାଇ କହିଛନ୍ତି ଯେ, ମୋ ମାଆ ଯିବା ପରେ ଏହା ମୋର ପ୍ରଥମ ନିର୍ବାଚନ ଥିଲା । ହେଲେ ଦେଶର ମାଆ-ଭଉଣୀ ମୋତେ ମୋ ମାଆର ଅନୁପସ୍ଥିତିକୁ ଅନୁଭବ କରାଇ ଦେଇନାହାନ୍ତି । ଏହି ଭଲପାଇବାକୁ ମୁଁ ଶବ୍ଦରେ ବି ବାଖ୍ୟା କରିପାରିବି ନାହିଁ । ଗତ ୧୦ ବର୍ଷରେ ଦେଶ ବଡ଼ ନିଷ୍ପତ୍ତି ନେଇଛି । ବିରୋଧୀ ଦଳ ମିଶି ଏତିକି ସିଟ ଜିତି ନାହିଁ ଯେତିକି ବିଜେପି ଏକା ଜିତିଛି ।

 

Get real time updates directly on you device, subscribe now.